ଏମିତି ସ୍ଥାନ, ଯେଉଁଠି ୧୦୦ ବର୍ଷ ହେଲା କାହାର ମୃତ୍ୟୁ ହୋଇନି
ବୟସ ବଢିବା ସହ ରୋଗ ବି ବଢୁଛି । ମାରାତ୍ମକ ରୋଗରେ ପୀଡିତ ହୋଇ ଲୋକଙ୍କ ମୃତ୍ୟୁ ଘଟୁଛି । ହେଲେ ଏମିତି ବି ସ୍ଥାନ ଅଛି ଯେଉଁଠି ୧୦୦ ବର୍ଷ ହେଲା ମୃତ୍ୟୁର ଚିହ୍ନବର୍ଣ୍ଣ ନାହିଁ । ଯେମିତିକି ଯମରାଜା ବି ଏହି ସ୍ଥାନକୁ ସୁରକ୍ଷିତ ରଖିଛନ୍ତି । ଏ କୌଣସି ଗପ ନୁହେଁ । ସତରେ ଏମିତି ସ୍ଥାନ ରହିଛି ନରୱେରେ । ନରୱେରେ ଥିବା ଲଙ୍ଗ୍ ଇୟର୍ବେନ୍ ସହରରେ ୧୦୦ ବର୍ଷ ଧରି କୌଣସି ଲୋକଙ୍କର ମୃତ୍ୟୁ ହୋଇନାହିଁ।
ବର୍ଷସାରା ଏହି ସ୍ଥାନରେ ବହୁତ ଥଣ୍ଡା ହୋଇଥାଏ। ଯେଉଁଥିପାଇଁ ଏଠାରେ ଶବଗୁଡ଼ିକ କ୍ଷୟପ୍ରାପ୍ତି ହେବା ଅସମ୍ଭବ ଅଟେ। ଏଠାକାର ତାପମାତ୍ରା ଡିପ୍ ଫ୍ରିଜର୍ ଭଳି ହୋଇଥାଏ। ଯେଉଁଥିପାଇଁ ଏଠାରେ ସରକାର ଲୋକଙ୍କ ମୃତ୍ୟୁ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି।
ପ୍ରକୃତ କଥା ହେଉଛି, ଏଠାରେ ଶେଷ ମୃତ୍ୟୁ ୧୯୧୭ ମସିହାରେ ଘଟିଥିଲା ଏବଂ ଏହାର କାରଣ ଥିଲା ଇନ୍ଫ୍ଲୁଏଞ୍ଜା। ସେତେବେଳେ ଉକ୍ତ ବ୍ୟକ୍ତିଙ୍କ ମୃତଦେହକୁ ସେଠାରେ ପୋତି ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ମୃତ ଶରୀର କ୍ଷୟ ହୋଇପାରି ନାହିଁ ଏବଂ ଏବେ ବି ମୃତଶରୀରରେ ଇନ୍ଫ୍ଲୁଏଞ୍ଜା ଭାଇରସ୍ ଅଛି। ସେଥିପାଇଁ ସହରର ଲୋକଙ୍କୁ ବଞ୍ଚାଇବା ପାଇଁ ସରକାର ଏଠାରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
୨୦୦୦ ମସିହା ପରେ ଯଦି କେହି ମରିବାକୁ ଯାଉଛନ୍ତି, ତାଙ୍କୁ ହେଲିକପ୍ଟର ସାହାଯ୍ୟରେ ଅନ୍ୟ ସ୍ଥାନକୁ ପଠାଯାଉଛି। ତା'ପରେ ସେହି ବ୍ୟକ୍ତିଙ୍କର ଶେଷକୃତ୍ୟ ସେହି ସ୍ଥାନରେ କରାଯାଉଛି ।
Powered by Froala Editor