୭ ବର୍ଷର ଝିଅ ଉପରେ ପଡ଼ିଗଲା ତତଲା ଡାଲି

ଛତିଶଗଡ଼ର କାଙ୍କେର ଜିଲ୍ଲାର ଏକ ସରକାରୀ ସ୍କୁଲରେ ଗରମ ଡାଲିରେ ପଡ଼ି ପ୍ରଥମ ଶ୍ରେଣୀର ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଛାତ୍ରୀଙ୍କ ନାମ ତେଜେଶ୍ବରୀ ତାଣ୍ଡିଆ ଓ ବୟସ ୭ବର୍ଷ ବୋଲି ଜଣାପଡ଼ିଛି। ଏ ଘଟଣା ଏପ୍ରିଲ ୧୧ ତାରିଖର । ମଧ୍ୟାହ୍ନଭୋଜନ ରନ୍ଧା ହେଉଥିବାବେଳେ ଛାତ୍ରୀଙ୍କ ସହ ଏ ଅଘଟଣ ଘଟିଛି । ଆହତ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଯାଞ୍ଚ ଆଦେଶ ଦେଇଛନ୍ତି।
କାଙ୍କେର ଜିଲ୍ଲାର ଭାନୁପ୍ରତାପୁର ଅଞ୍ଚଳ ଅନ୍ତର୍ଗତ ବାନସଲା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଗତ ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଡକା ଯାଇଥିଲା। ଏହି ସମୟରେ ଛାତ୍ରଛାତ୍ରୀ ଠେଲାପେଲା ହୋଇଥିଲେ। ଏତିକି ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପରସା ଯିବାକୁ ଥିବା ଗରମ ଡାଲି ପାତ୍ରରେ ତେଜେଶ୍ବରୀ ପଡ଼ି ଯାଇଥିଲେ। ଡାଲି ପାତ୍ରଟି ଓଲଟି ପଡ଼ିବାରୁ ଗରମ ଡାଲି ଛାତ୍ରୀଙ୍କ ଉପରେ ଢ଼ାଳି ହୋଇଯାଇଥିଲ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଆହତ ତେଜେଶ୍ବରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦିଆଯାଇଛି।
Powered by Froala Editor