ଚାଷୀ ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ
କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଗତ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ଚାଷୀ ପରିବାର ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ ଟଙ୍କା। ଯେଉଁ ଯୁବତୀ ଚାଷୀ ପରିବାର ପୁଅକୁ ବିବାହ ପାଇଁ ରାଜି ହେବେ ଏହି ସହାୟତା ମଳିବ। କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି (ଏସ) ନେତା ଏଚଡି କୁମାରସ୍ୱାମୀଙ୍କ ଏହି ଘୋଷଣା ଏବେ ଚର୍ଚ୍ଚାରେ ରହିଛି।
କୋଲାରରେ ଅନୁଷ୍ଠିତ ‘ପଞ୍ଚାରାଥନା’ ସମାବେଶକୁ ସମ୍ବୋଧିତ କରି ଏଚଡି କୁମାରସ୍ୱାମୀ କହିଛନ୍ତି, ‘ ଚାଷୀ ପରିବାରର ପୁଅଙ୍କୁ ବିବାହ କରିବା ପାଇଁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ପାଇଁ କନ୍ୟାଙ୍କୁ ସରକାର ୨ଲକ୍ଷ ଟଙ୍କା ଦେବା ଉଚିତ। ମୋତେ ଏକ ଆବେଦନ ପତ୍ର ମିଳିଛି। ଯେଉଁଥିରେ ଉଲ୍ଲେଖ ରହିଛି କି ଆଜିକାଲିର ଝିଅମାନେ ଚାଷୀଙ୍କ ପୁଅଙ୍କୁ ବିବାହ କରିବା ପାଇଁ ରାଜି ହେଉ ନାହାନ୍ତି। ତେଣୁ ଚାଷୀଙ୍କ ପୁଅଙ୍କୁ ବିବାହ ପାଇଁ ଯେଉଁ ଝିଅ ରାଜି ହେବ ତାଙ୍କୁ ୨ଲକ୍ଷ ଟଙ୍କା ଦିଆଯିବ। ଏମିତି କଲେ ଚାଷୀଙ୍କ ପୁଅଙ୍କୁ ନେଇ ଥିବା ବିବାହ ସମସ୍ୟା ଆଉ ରହିବ ନାହିଁ।
ସୂଚନା ଅନୁଯାୟୀ, ଆସନ୍ତା ମଇ ୧୦ କର୍ଣ୍ଣାଟକରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ମତଦାନ ହେବ। ଫଳାଫଳ ମଇ ୧୩ରେ ଘୋଷଣା କରାଯିବ।
Powered by Froala Editor