ଦୁନିଆର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍ର ଦାମ୍ ୧୨୩ କୋଟି

ନୂଆଦିଲ୍ଲୀ: ଦାମୀ କାର ସହିତ ଭିଭିଆଇପି ଏବଂ ଫ୍ୟାନ୍ସି ନମ୍ବର ପ୍ଲେଟ୍ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଏହି ଫ୍ୟାନ୍ସି ନମ୍ବର କିଣିବା ପାଇଁ ଲୋକମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଏହି ନମ୍ବର ପ୍ଲେଟଗୁଡିକ ଭାରତର ଆରଟିଓ କାର୍ଯ୍ୟାଳୟ ଦ୍ୱାରା ବିକ୍ରି କରାଯାଇଥାଏ । ଭାରତ ଭଳି ଦୁବାଇରେ ମଧ୍ୟ ଏକ ଫ୍ୟାନ୍ସି ନମ୍ବର ପ୍ଲେଟ୍ ବିକ୍ରି ହୋଇଛି, ଯାହାକୁ ଦୁନିଆର ସବୁଠୁ ଦାମୀ ନମ୍ବର ପ୍ଲେଟ୍ ବୋଲି କୁହାଯାଉଛି । ଏହି ଦୁଇଟି ଅକ୍ଷର ଥିବା ନମ୍ବର ପ୍ଲେଟର ମୂଲ୍ୟରେ ଆପଣ ଶହ ଶହ ଟୟୋଟା ଫର୍ଚ୍ୟୁନର୍ ଏସୟୁଭି କିଣିପାରିବେ ।
ଦୁବାଇରେ ଅନୁଷ୍ଠିତ ନିଲାମୀ କାର୍ଯ୍ୟକ୍ରମ ସମୟରେ ଜଣେ ବ୍ୟକ୍ତି ତାଙ୍କ କାର ପାଇଁ ‘ପି ୭’ ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ କିଣିଥିଲେ । ଏଥିପାଇଁ ବ୍ୟକ୍ତିଜଣକ ମୋଟ ୫୫ଲକ୍ଷ ଦିରହମ୍ ଅର୍ଥାତ୍ ପ୍ରାୟ ୧୨୨.୫କୋଟି ଟଙ୍କା ଦେଇଥିବା ଜଣାପଡିଛି । ୧୨୨.୫କୋଟି ଟଙ୍କାରେ ବିକ୍ରି ହୋଇଥିବା ଏହି ନମ୍ବର ପ୍ଲେଟ୍ ଚଳିତ ବର୍ଷ ନିଲାମ ହୋଇଥିବା ଥିବା ଦୁନିଆର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍ ବୋଲି ଜଣାପଡିଛି । ଏହାପୂର୍ବରୁ ଜଣେ ବୁଗାଟୀ କାର ମାଲିକ “ଏଫ ୧” ନମ୍ବର ପ୍ଲେଟକୁ ୧୩୨କୋଟି ଟଙ୍କାରେ କିଣିଥିଲେ । ଏଥିପାଇଁ ତାଙ୍କ ନାଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା ।
Powered by Froala Editor