ଜେଲ ଭିତରୁ ୪୪ କଏଦୀ ଏଚଆଇଭି ପଜିଟିଭ ଆକ୍ରାନ୍ତ
ନୂଆଦିଲ୍ଲୀ: ଜେଲରେ ବନ୍ଦୀ ଜୀବନ ବିତାଉଥିବା ୪୪ ଜଣ ଲୋକ ମାରାତ୍ମକ ଏଚଆଇଭି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା କଏଦୀ ମଧ୍ୟ ରହିଛନ୍ତି। ଉତ୍ତରାଖଣ୍ଡର ହଲଦୱାନି ଜେଲରୁ ଏପରି ଖବର ସାମ୍ନାକୁ ଆସିଛି। ଜେଲ ଭିତରୁ ଏତେ ସଂଖ୍ୟକ ଏଚଆଇଭି ପଜିଟିଭ କଏଦୀ ବାହାରିବା ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା, ତା’ର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।
ଜେଲ ଭିତରେ ବର୍ତ୍ତମାନ ୧୬୨୯ ପୁରୁଷ ଓ ୭୦ ଜଣ ମହିଳା କଏଦୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଜଣେ ମହିଳା ଓ ୪୩ ଜଣ ପୁରୁଷଙ୍କ ଏଚଆଇଭି ଟେଷ୍ଟ ରିପୋର୍ଟ ପଜିଟିଭି ଆସିଛି। ଆକ୍ରାନ୍ତ ଚିହ୍ନଟ ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ସହାୟତାରେ କଏଦୀଙ୍କ ରୁଟିନ ଚେକଅପ କରାଯାଉଛି।ତେବେ କେଉଁ ପରିସ୍ଥିତିରେ ଜେଲ ଭିତରେ କଏଦୀମାନେ ଏଚଆଭିରେ ଆକ୍ରାନ୍ତ ହେଲେ, ସେ ସମ୍ପର୍କରେ କେହି ବି ମୁହଁ ଖୋଲି ନାହାନ୍ତି।
Powered by Froala Editor