ଦେଶରେ ଏବେ ଅଛନ୍ତି ୩୧୬୭ ବାଘ : ପ୍ରଧାନମନ୍ତ୍ରୀ କହିଲେ, ଏହା ଆମ ପାଇଁ ଗୌରବର କଥା
୨୦୨୨ ବାଘ ଗଣନା ଅନୁଯାୟୀ ଦେଶରେ ବଢ଼ିଛି ବାଘଙ୍କ ସଂଖ୍ୟା। ଏବେ ଦେଶର ବିଭିନ୍ନ ଜଙ୍ଗଲରେ ମୋଟ ୩୧୬୭ଟି ବାଘ ରହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକାର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ବାଘଙ୍କ ସଂଖ୍ୟା ସାର୍ବଜନୀନ କରିଛନ୍ତି। ଆଗରୁ ୨,୯୬୭ ଥିବା ଭାରତର ବ୍ୟାଘ୍ର ସଂଖ୍ୟା ବର୍ଷ ୨୦୨୨ରେ ୩,୧୬୭କୁ ବୃଦ୍ଧି ପାଇଥିବା କଥା ପ୍ରଧାନମନ୍ତ୍ରୀ ରିଲିଜ୍ କରିଥିବା ‘ଅମ୍ରିତ୍ କାଲ୍କା ଭର୍ସନ୍ ଅଫ୍ ଟାଇଗର୍ କଞ୍ଜର୍ଭେସନ୍’ ରିପୋର୍ଟରୁ ଜଣାପଡ଼ିଛି।
ମହୀଶୂରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଭାରତ ହେଉଛି ଗୋଟାଏ ଦେଶ ଯେଉଁଠି ପ୍ରକୃତିକୁ ସୁରକ୍ଷା ଦେବା ସଂସ୍କୃତିର ଅଂଶବିଶେଷ। ସେହି କାରଣରୁ ବନ୍ୟଜନ୍ତୁ ସଂରକ୍ଷଣରେ ଆମେ ଅନେକ ଅଭିନବ କୃତ୍ବିତ୍ବ ହାସଲ କରିଛୁ।
ଆଗକୁ ବାଘ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା, ପରିବେଶ, ଜଙ୍ଗଲ ଜମିର ସୁରକ୍ଷା ପାଇଁ ସରକାର ଲକ୍ଷ୍ୟ ରଖିଥିବା ବିଷୟବସ୍ତୁ ଏଥିରେ ରହିଛି। ଏହାବାଦ ପ୍ରଧାନମନ୍ତ୍ରୀ ମୋଦି International Big Cats Allianceକୁ ମଧ୍ୟ ଲଞ୍ଚ କରିଛନ୍ତି। ଆଇବିସିଏର ଲକ୍ଷ୍ୟ ହେଲା ୭ଟି ବଡ଼ ବନ୍ୟଜନ୍ତୁ ଯଥା ବାଘ, ସିଂହ, ଲିଓପାର୍ଡ, ବରଫ ଲିଓପାର୍ଡ, ପୁମା, ଜାଗୁଆର ଓ ଚିତା ବାଘର ସୁରକ୍ଷା କରିବା।
Powered by Froala Editor