ଖଜରା ଖାଆନ୍ତୁ, ଇନଷ୍ଟାଣ୍ଟ ଏନର୍ଜି ପାଆନ୍ତୁ...
ଦିନସାରା କାମ କାମ ଆଉ କାମ । ତା ଭିତରେ ସମୟ ମିଳୁନି ଭିଟାମିନ କିମ୍ବା ପ୍ରୋଟିନ ଭରା ଖାଦ୍ୟ ଖାଇବାକୁ । ସମୟ ଅଭାବରୁ ଆମେ ଜଙ୍କଫୁଡ କିମ୍ବା ମସଲା ଜାତୀୟ ଖାଦ୍ୟ ଖାଇଦେଉ । ଯାହାକି ଶରୀରକୁ ଖରାପ କରିଦିଏ । ଆହୁରି ମଧ୍ୟ ଶରୀରକୁ କିଛି ଏନର୍ଜି ମିଳିବା ପରିବର୍ତ୍ତେ ଅସୁସ୍ଥ କରୁଦେଉ । ତେଣୁ ଏହାର ସହଜ ଉପାୟ ହେଉଛି ଖଜରା । ଯାହାକି ଭିଟାମିନ୍, ଆଇରନ୍, ପୋଟାସିୟମ୍, କ୍ୟାଲ୍ସିୟମ୍ ପରି ଅନେକ ଗୁଣକାରୀ ଉତ୍ପାଦରେ ଭରପୁର ।
ଦାନ୍ତକୁ ଶକ୍ତ କରିବା, କୋଷ୍ଠକାଠିନ୍ୟ ଦୂର କରିବା, ହାଡକୁ ମଜବୁତ କରିବା ତଥା ବ୍ରେନ୍ ପାୱାର୍ ବଢାଇବାରେ ଏହା ବେଶ୍ ଉପକାରୀ ହୋଇଥାଏ । ଶରୀରରେ ହିମୋଗ୍ଲୋବିନ ମାତ୍ରା କମ୍ ଥିଲେ ଖଜରା ଖାଇବା ଉପାଦେୟ । ତେବେ ଜଣେ ସୁସ୍ଥ ମଣିଷ ଦିନକୁ ଅତି କମରେ ଦୁଇଟି ଖଜରା ଖାଇବା ଆବଶ୍ୟକୟ ପାଚନ କ୍ରିୟା ଯଦି ଠିକ୍ ଥାଏ । ସେହିପରି ଛୋଟ ପିଲାଙ୍କ କ୍ଷେତ୍ରରେ ଦିନକୁ ଗୋଟିଏ ମାତ୍ର ଖଜରା ଖାଇବା ଜରୁରୀୟ କାରଣ ଏହା ସେମାନଙ୍କର ଇମ୍ୟୁନିଟି ପାୱାର ବଢାଇଥାଏ ।
ଖଜରାକୁ ଖାଇଲେ ଶରୀରକୁ ଇନ୍ଷ୍ଟା ଏନର୍ଜି ମିଳିଥାଏ । ଖରା, ବର୍ଷା ହେଉ ଅବା ଶୀତ ସବୁ ଋତୁରେ ଏହାକୁ ଆରାମରେ ଖାଇହୁଏ । ତେବେ ଖାଦ୍ୟ ଖାଇସାରିବା ପରେ ନ ଖାଇ ବରଂ ଖାଲିପେଟରେ ଏହାକୁ ଖାଇବା ଅôୟନ୍ତ ଲାଭଦାୟକ ହୋଇଥାଏ । ଆର୍ଥାରାଇଟିସ୍ ରୋଗୀ ବି ଏହାକୁ ଖାଇପାରିବେ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଖଜରା ଖାଇବା ଦ୍ୱାରା ଶରୀରରେ ବ୍ଲଡ ସୁଗାର୍ ବଢିବା ସଙ୍ଗେସଙ୍ଗେ ସ୍କିନେ ରାସେସ୍ ହୁଏ ।
Powered by Froala Editor