ଗରିବ କଏଦୀଙ୍କ ପାଇଁ ଗହୃ ମନ୍ତ୍ରାଳୟ ଦେବ ଆର୍ଥିକ ସହାୟତା

ବେଳେ ବେଳେ ପରିସ୍ଥିତିରେ ପଡି କିଛି ଲୋକ ଅପରାଧ ଘଟାଇଥାନ୍ତି । କିନ୍ତୁ ସେମାନେ ପରବର୍ତ୍ତୀ ସମୟରେ ଜାମିନ ବି ପାଇନଥାନ୍ତି । କାରଣ ଅତ୍ୟଧିକ ଗରିବ ହେତୁ ଓକିଲ କିମ୍ବା ସରକାରୀ ସୁବିଧା ପାଇନଥାନ୍ତି । ତେଣୁ ଏସବୁର ସମାଧାନ କରିବାକୁ ନୂଆ ଯୋଜନା କରିଛି ଗୃହ ମନ୍ତ୍ରାଳୟ । ଯୋଜନା ଅଧିନରେ ସରକାର ଗରିବ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ।
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ଗରିବ କଏଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି । ଏଥିରେ ସେହି କଏଦୀଙ୍କୁ ସାମିଲ କରାଯାଇଛି, ଯେଉଁମାନେ ଦଣ୍ଡ କିମ୍ୱା ଜାମିନ ପାଇଁ ଟଙ୍କା ଦେଇ ପାରନ୍ତି ନାହିଁ । ଗୃହ ମନ୍ତ୍ରାଳୟ କହିଛି ଯେ ସରକାର ବିଚାରଧୀନ କଏଦୀଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ଜେଲ ଅପରାଧିକ ନ୍ୟାୟ ପ୍ରଣାଳୀର ମହତ୍ୱପୂର୍ଣ୍ଣ ଅଂଶ ଅଟେ ।
ଗୃହ ମନ୍ତ୍ରାଳୟ ଶୁକ୍ରବାର କହିଛି ଯେ ଯୋଜନାରୁ ଗରିବ କଏଦୀ (ସାମାଜିକ ରୂପେ ଦୁର୍ବଳ, ଅଶିକ୍ଷିତ ଏବଂ ନିମ୍ନ ଆୟ)ଙ୍କୁ ସହାୟତା ପ୍ରଦାନ କରାଯିବ । ସେମାନଙ୍କୁ ଜେଲରୁ ବାହାରକୁ ଆସିବାରେ ସରକାର ସାହାଯ୍ୟ କରିବେ । ଜେଲରେ ବନ୍ଦୀ ଗରିବ ଲୋକଙ୍କୁ ପାଖରେ ଯୋଜନାର ଲାଭ ପହଞ୍ଚାଇବା, ଏଥିପାଇଁ ଇ-ପ୍ରିଜନ ପ୍ଲାଟଫର୍ମକୁ ମଜଭୁତ କରାଯିବ ।
Powered by Froala Editor