Oxfam ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ
ବିଦେଶୀ ପାଣ୍ଠି ଆଇନ(ଫରେନ୍ ଫଣ୍ଡସ୍ ଆକ୍ଟ) ଉଲ୍ଲଂଘନ ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରଳାୟ ଅକ୍ସଫାମ ଉପରେ ସିବିଆଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶରୁ ଚାନ୍ଦା ନେବା ମାମଲାରେ ସଂସ୍ଥା ଉପରେ ନିୟମର ଉଲଂଘନ କରିବା ଅଭିଯୋଗ ହୋଇଥିଲା। ଯାହାର ପୁର୍ବରୁ ତଦନ୍ତ ଚାଲିଛି। ଗୃହମନ୍ତ୍ରଳାୟ ଏହି ସୁପାରିସ କରିଛନ୍ତି ଯେ, ଅକ୍ସଫାମ ଇଣ୍ଡିଆ ବିଦେଶରୁ ଚାନ୍ଦା ନେବା ଅଧିନିୟମ, ୨୦୨୦ ଲାଗୁ ହେଲା ପରେ ମଧ୍ୟ ବିଦେଶରୁ ଚାନ୍ଦା ବିଭିନ୍ନ ସଂସ୍ଥାକୁ ଟ୍ରାନ୍ସଫର କରିବା ଜାରି ରଖିଥିଲା। ଯାହା ଉପରେ ଆଇନ୍ ଅନୁଯାୟୀ ପ୍ରତିବନ୍ଧକ ଲାଗୁ ହୋଇଛି।
ସାମାଜିକ କାର୍ଯ୍ୟକଳାପ ପାଇଁ ପଞ୍ଚିକୃତ ହୋଇଥିବା ଅକ୍ସଫାମ ଇଣ୍ଡିଆ ଏହାର ସହଯୋଗୀ ତଥା କର୍ମଚାରୀଙ୍କ ମାଧ୍ୟମରେ ପଲିସି ରିସର୍ଚ୍ଚ ପାଇଁ ବେଆଇନ ଭାବେ ପାଣ୍ଠି ପଠାଇଛି। ଅକ୍ସଫାମ ଇଣ୍ଡିଆର ଟିଡିଏସ ତଥ୍ୟରୁ ମିଳିଥିବା ବିବରଣୀ ଅନୁଯାୟୀ, ଅକ୍ସଫାମ ଇଣ୍ଡିଆ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ପଲିସି ରିସର୍ଚ୍ଚ ସେଣ୍ଟରକୁ ୧୨,୭୧,୧୮୮ ଟଙ୍କା କାରବାର ହୋଇଛି। ନିକଟରେ ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ଜାରି କରାଯାଇଥିଲା। ସେଥିରେ ଦର୍ଶାଯାଇଥିଲା ଯେ, ଦେଶର ଧନୀମାନଙ୍କ ସମ୍ପତ୍ତି ବଢ଼ି ଚାଲିଥିବା ବେଳେ ଗିରବ ଲୋକଙ୍କ ସମ୍ପତ୍ତି କମି ଚାଲିଛି। ଦେଶର ମୋଟ ସମ୍ପତ୍ତିର ଅଧାରୁ ଅଧିକ କେବଳ କିଛି ହାତ ଗଣତି ଧନୀ ଲୋକଙ୍କ ପାଖରେ ରହିଛି। ଅନ୍ୟାମାନେ କେବଳ ଜୀବନ ବଞ୍ଚିବାକୁ ସଂଘର୍ଷ କରି ଚାଲିଛନ୍ତି। ୨୧ ଜଣ ଭାରତୀୟ କୋଟିପତିଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ତା’ଠାରୁ କମ ସମ୍ପତ୍ତି ୭୦୦ ନିୟୁତ ବା ୭୦ କୋଟି ଭାରତୀୟଙ୍କ ପାଖରେ ଅଛି। ଅକ୍ସଫାମ ଇଣ୍ଡିଆ ପକ୍ଷରୁ ଏପରି ରିପୋର୍ଟ ଦିଆଯାଇଛି।
ଇଂଲଣ୍ଡ ମୂଳ ଅକ୍ସଫାମ ଭାରତରେ ସାମାଜିକ କାର୍ଯ୍ୟକଳାପ ଚଳାଇବା ପାଇଁ ଅକ୍ସଫାମ ଇଣ୍ଡିଆ ନାମରେ ପଞ୍ଜିକୃତ ହୋଇଛି। ଅକ୍ସଫାମ ଏହାର ଅଂଶୀଦାର / କର୍ମଚାରୀଙ୍କ ମାଧ୍ୟମରେ କେନ୍ଦ୍ର ନୀତି ଅନୁସନ୍ଧାନ (ସିପିଆର) କୁ ଆୟୋଗ ଆକାରରେ ପାଣ୍ଠି ପଠାଏ।
Powered by Froala Editor