ହନୁମାନ ଜୟନ୍ତୀ ପାଇଁ ଆଲର୍ଟ : ହୁଗୁଳି, ବାରାକପୁର, କୋଲକାତାରେ ପାରାମିଲିଟାରି ଫୋର୍ସ
ହନୁମାନ ଜୟନ୍ତୀ ଲାଗି କୋଲକାତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଲିକତା ସମ୍ବେଦନଶୀଳ ଅଞ୍ଚଳରେ ବିପୁଳ ସଂଖ୍ୟକ ରାଜ୍ୟ ପୁଲିସ ଫୋର୍ସ ମୁତୟନ କରାଯାଇଛି। ହାଇକୋର୍ଟଙ୍କ ଆଦେଶକ୍ରମେ ହୁଗୁଳି, ବାରାକ୍ପୁର୍ ଏବଂ କୋଲ୍କାତା କମିସନ୍ରେଟ୍ରେ ପାରାମିଲିଟାରି ଫୋର୍ସ ମୁତୟନ କରାଯାଇଛି।
ହନୁମାନ ଜୟନ୍ତୀ ପାଳନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ବୁଧବାର ଦିନ କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ମହୋତ୍ସବ ନିମନ୍ତେ ନିର୍ଦ୍ଧାରିତ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିବାକୁ ଥିବା ସ୍ୱେଚ୍ଛାସେବୀମାନଙ୍କର ତାଲିକା ସ୍ଥାନୀୟ ଥାନାରେ ଦାଖଲ କରାଯିବା ପାଇଁ ଉଚ୍ଚସ୍ତରୀୟ ବୈଠକରେ ସ୍ଥିର କରାଯାଇଛି। ବିନା ପରିଚୟ ପତ୍ରରେ କେହି ଶୋଭାଯାତ୍ରାରେ ଭାଗ ନେଇପାରିବେ ନାହିଁ। ସେହିପରି, ଶୋଭାଯାତ୍ରାରେ ୧୦୦ରୁ ଅଧିକ ଲୋକଙ୍କୁ ଭାଗ ନେବା ପାଇଁ ଅନୁମତି ଦିଆଯିବ ନାହିଁ। ପୁଲିସ ସମସ୍ତଙ୍କୁ ପରିଚୟ ପତ୍ର ଦେବ ବୋଲି ନିଷ୍ପତ୍ତି ନିଆଯାଇଛି ।
Powered by Froala Editor