୨୫ରୁ ଖୋଲିବ କେଦାରନାଥ ଧାମ
ଦୀର୍ଘ ୬ ମାସ ପରେ ଆସନ୍ତା ୨୫ ଅପ୍ରେଲରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କେଦାରନାଥ ଧାମ । ୨୫ ତାରିଖ ସକାଳ ୬ଟା ୨୦ ମିନିଟରେ ବାବାଙ୍କ ମନ୍ଦିର ପାହୁଡ଼ ଖୋଲିବ ।ଏନେଇ ଶ୍ରୀ ବଦ୍ରିନାଥ ଓ କେଦାରନାଥ ମନ୍ଦିର ସମିତି ପକ୍ଷରୁ ସୂଚନା ଦିଆଯାଇଛି।
ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗର ଅନୁଯାୟୀ, ଚଳିତ ବର୍ଷ ଚାରିଧାମ ଯାତ୍ରା ପାଇଁ ଏପର୍ଯ୍ୟନ୍ତ ୬ଲକ୍ଷ ୩୪ ହଜାର ଶ୍ରଦ୍ଧାଳୁ ପଞ୍ଜିକରଣ କରିଛନ୍ତି । ଆସନ୍ତା ଅପ୍ରେଲ ୨୨ ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ ହେବ । ଯମୁନେତ୍ରୀ, ଗଙ୍ଗୋତ୍ରୀ ମନ୍ଦିରର ପାହୁଡ଼ ମଧ୍ୟ ଖୋଲିବ। ସେହିପରି ୨୫ ଅପ୍ରେଲରୁ କେଦାରନାଥ ଏବଂ ଅପ୍ରେଲ ୨୭ ତାରିଖରୁ ବଦ୍ରିନାଥ ଧାମ ଖୋଲିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଉତ୍ତରାଖଣ୍ଡ ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ସୂଚନା ମୁତାବକ, ଭକ୍ତମାନେ ଏଥର ପାଦରେ ଚାଲି ଆସିବା ସହିତ ହେଲିକପ୍ଟର ମାଧ୍ୟମରେ ବି ଆସିପାରିବେ । ହେଲିକପ୍ଟର ସୁବିଧା ପାଇଁ ଭାରତୀୟ ରେଳବିଭାଗ କ୍ୟାଟରିଙ୍ଗ ଏବଂ ଟୁରିଜିମ୍ କର୍ପୋରେସନ ତଥା IRCTCରୁ ଆନଲାଇନରେ ଟିକେଟ୍ ବୁକିଂ କରିପାରିବେ ।
Powered by Froala Editor