ଏଣିକି ଇଂରାଜୀ କହିଲେ ଦେବେ ଜୋରିମାନା, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଯୋଗାଯୋଗ ମାଧ୍ୟମ ଭାବେ ଇଂରାଜୀକୁ ଏବେ ବିଶ୍ୱର ଭାଷା ଭାବେ ଗଣାଯାଉଛି । ଇଂରାଜୀ ନଜାଣିଲେ ଆମ ଦେଶ ଅବା ରାଜ୍ୟରେ ଲୋକଙ୍କୁ ଅଜ୍ଞ ବୋଲି ଭାବନ୍ତି । କିନ୍ତୁ ଇଟାଲିରେ ଇଂରାଜୀ ଭାଷାର ବ୍ୟବହାର ଉପରେ ଲାଗିବ ରୋକ୍ । ଇଂରାଜୀ ସହ ଅନ୍ୟାନ୍ୟ ବିଦେଶୀ ଭାଷାର ବ୍ୟବହାର ବନ୍ଦ କରାଯିବାକୁ ଇଟାଲୀ ସରକାର ଲକ୍ଷ୍ୟ ରଖିଛନ୍ତି ।। ଏନେଇ ଏକ ସ୍ୱତନ୍ତ୍ର ଆଇନ ଆଣିବାକୁ ଯାଉଛନ୍ତି ଇଟାଲି ସରକାରଙ୍କ ସୂଚନା । ସବୁଠାରୁ ବଡ଼ କଥା ହେଉଛି ଇଂରାଜୀ କିମ୍ବା ଅନ୍ୟାନ୍ୟ ବିଦେଶୀ ଭାଷା ବ୍ୟବହାର କଲେ ଜୋରିମାନା ଦେବାକୁ ପଡ଼ିବ । ୧ ଲକ୍ଷ ୟୁରୋ ପର୍ୟ୍ୟନ୍ତ ଜୋରିମାନା କରିବାକୁ ଆଇନରେ ପ୍ରସ୍ତାବ ejòQòö। ବ୍ରିଟେନ ଆଉ ୟୁରୋପୀୟ ସଂଘରେ ନ ଥିବାରୁ ଏପରି ପଦକ୍ଷେପ ନେଇଛନ୍ତି । ଇଂରାଜୀ ପାଇଁ ଇଟାଲିର ମୂଳ ଭାଷା କ୍ଷତି ସହୁଥିବାରୁ ଆଇନ ଆସିବ ।
Powered by Froala Editor