କୁମ୍ଭୀର ଗିଳିଦେଲା, ପାଟି ଭିତରୁ ହାତ ହଲାଇ ଚିତ୍କାର କରୁଥିଲା ଯୁବକ
ସୋସିଆଲ ମିଡିଆରେ କେତେ ଭିଡିଓ ଭାଇରାଲ ହେବାରେ ଲାଗିଛି । ବେଳେବେଳେ ଏମିତି କିଛି ଭିଡିଓ ଆସୁଛି ଯାହାକୁ ଦେଖିଲେ ଛାତି ଥରିଯିବ । ସେମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକଙ୍କୁ କୁମ୍ଭୀର ଗିଳି ଦେଇଛି ଓ ସେ ହାତ ଠାରି ଉଦ୍ଧାର କରିବାକୁ ସାହାଯ୍ୟ ମାଗୁଛନ୍ତି । ଏହି ଭିଡ଼ିଓକୁ ଦେଖି ଲୋଲେ ବି ଭୟଭୀତ ହୋଇଯାଇଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ କୁମ୍ଭୀର ଜଣେ ଯୁବକଙ୍କୁ ଗିଳି ଦେଇ ଶୋଇ ରହିଛି । ଯୁବକ ଜଣକ କୁମ୍ଭୀର ପାଟିରୁ ହାତ ବାହାର କରି ସାହାଯ୍ୟ ମାଗୁଛନ୍ତି । ଆଉ ଜଣେ ବ୍ୟକ୍ତି କୁମ୍ଭୀରର ଲାଞ୍ଜକୁ ଜୋର କରି ଟାଣି ଧରି ବସିଛନ୍ତି । ଏହି ସମୟରେ ଯୁବକଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ଜଣେ ଆସି କୁମ୍ଭୀର ପାଟିରୁ ହାତ ଧରି ଟାଣି ବାହାର କରୁଛନ୍ତି । ଏହି ଭିଡ଼ିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ରଖିଥିଲେ । ବାସ୍ତବରେ ଏହା ଅସଲି କୁମ୍ଭୀର ନ ଥିଲା । ଏହା ରୋବଟ କୁମ୍ଭୀର ଥିଲା । କେହି କେହି ଯୁବକଙ୍କ ପାଗଳାମୀ ବୋଲି କହୁଥିବା ବେଳେ ଆଉ କିଛି ଭିଡ଼ିଓ ଦେଖିବା ପୂର୍ବରୁ କ୍ୟାପସନ ପଢିବା ଉଚିତ୍ ବୋଲି କହିଛନ୍ତି ।
Powered by Froala Editor