ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ଆଜି ଉତ୍କଳ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିସାବାସୀଙ୍କ ସୁଖ ସମୃଦ୍ଧି କାମନା କରି ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍ କରିଛନ୍ତି: ଓଡ଼ିଶାର ଜନସାଧାରଣଙ୍କୁ ‘ଉତ୍କଳ ଦିବସ’ର ଅଭିନନ୍ଦନ ଜଣାଇବା ସହ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜି ଜଣାଉଛି। ଏହି ଦିନଟି ଆମ ସମସ୍ତ ଉତ୍କଳୀୟଙ୍କ ପାଇଁ ସ୍ମରଣୀୟ ଦିବସ। ଆସନ୍ତୁ, ଓଡ଼ିଆ ଜାତିକୁ ପୁଣି ଥରେ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ବଦ୍ଧପରିକର ହେବା।
ପ୍ରକାଶଯେ ଆଜି ଏପ୍ରିଲ ପହିଲା ଉତ୍କଳ ଦିବସ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ।ସ୍ୱତନ୍ତ୍ର ଉତ୍କଳ
ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି ସାରା ରାଜ୍ୟ। ଉତ୍କଳମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ହରେକୃଷ୍ଣ ମହତାବ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ,ସ୍ୱଭାବ କବି ଗଂଗାଧର ମେହେର ଓ କର୍ମବୀର ଗୌରୀଶଙ୍କର ରାୟଙ୍କ ଉତ୍କଳ ଦିବସ ଗଠନରେ ଅବଦାନ ଅବିସ୍ମରଣୀୟ।
Powered by Froala Editor