ଇଣ୍ଟର-କାଷ୍ଟ ମ୍ୟାରେଜ ପାଇଁ ବଡ଼ ଘୋଷଣା : ଏଣିକି ୫ ନୁହେଁ, ମିଳିବ ୧୦ ଲକ୍ଷ

ଅସ୍ପୃଶ୍ୟତାକୁ ହଟାଇବା ପାଇଁ ରାଜସ୍ଥାନ ସରକାର ବଡ ଘୋଷଣା କରିଛନ୍ତି। ଅଲଗା ଜାତି ବିବାହରେ ପ୍ରୋତ୍ସାହନ ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପରିମାଣ ୫ ଲକ୍ଷ ଟଙ୍କା ଥିଲା। ୨୦୨୩-୨୪ ବଜେଟରେ ଗେହଲୋଟ୍ ଏହି ବିଷୟରେ ଘୋଷଣା କରିଥିଲେ। ଯୋଜନା ଅଧୀନରେ ରାଶି ବୃଦ୍ଧି କରିବାକୁ ପ୍ରସ୍ତାବକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ ୮ ବର୍ଷ ପାଇଁ ୫ ଲକ୍ଷ ଟଙ୍କା ସ୍ଥିର କରାଯିବ। ଅବଶିଷ୍ଟ ପାଞ୍ଚ ଲକ୍ଷ ଟଙ୍କା ମିଳିତ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ।
ସୂଚନାମୁତାବକ ଅନୁସୂଚିତ ଜାତି ବର୍ଗର ଜଣେ ଯୁବକ କିମ୍ବା ଝିଅ ଯିଏ ଏକ ଉଚ୍ଚ ଜାତିର ହିନ୍ଦୁ ପୁଅ କିମ୍ବା ଝିଅ କୁ ବିବାହ କରିବେ ସେ ଏହି ଯୋଜନାର ଲାଭ ପାଇବେ। ଏହା ସହିତ ବର ଏବଂ କନ୍ୟା ରାଜସ୍ଥାନର ମୂଳ ବାସିନ୍ଦା ହେବା ଉଚିତ୍ । ଏହି ଦମ୍ପତିଙ୍କ ବୟସ ୩୫ ବର୍ଷରୁ କମ ହେବା ଉଚିତ୍ । ଏହାସହିତ ତାଙ୍କର କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ନ ହେଇଥିବା ଆବଶ୍ୟକ । ବିବାହର ଏକ ମାସ ମଧ୍ୟରେ ଆବେଦନ କରିଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ । www.sje.rajasthan.gov.in ରେ ଆପଣ ସହଜରେ ଯୋଜନାର ବିସ୍ତୃତ ସୂଚନା ଏବଂ ଆବେଦନ ଫର୍ମ ପାଇବେ ।
Powered by Froala Editor