ସିୟାୟା ଜନ୍ମ ଦେଲା ୪ ଶାବକ: ପରିବେଶ ମନ୍ତ୍ରୀ କହିଲେ, ଏହା ଭାରତ ଇତିହାସରେ ମହତ୍ୱପୂର୍ଣ୍ଣ ଘଟଣା

ନାମିବିଆରୁ ଭାରତକୁ ଆସିଥିବା ୮ ଚିତା ମଧ୍ୟରୁ ଗୋଟିଏରେ ମୃତ୍ୟୁ ଘଟିଥିଲା। ଆଉ ୭ଟି ଚିତାରୁ ଗୋଟିଏ ଚିତାବାଘ ସିୟାୟା ୪ଟି ଶାବକକୁ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଆଜି ଏହି ସୂଚନା ଦେଇଛନ୍ତି। ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି। ସେ ଏହାକୁ 'ଅମୃତ କାଳ' ସମୟରେ ଭାରତର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ମହତ୍ୱପୂର୍ଣ୍ଣ ଘଟଣା ବୋଲି କହିଛନ୍ତି।
ସେ ଟ୍ୱିଟ୍ କରି କହିଛନ୍ତି ଯେ, ଗତ ସେପ୍ଟେମ୍ବର ୧୭ରେ ଭାରତକୁ ଆସିଥିବା ଚିତା ମଦ୍ୟରୁ ଗୋଟିଏ ମା ହୋଇଛି। ସେ ୪ଟିଛୁଆ ଜନ୍ମ ଦେଇଥିବାରୁ ମୁଁ ଆନନ୍ଦିତ ବୋଲି ସେ କହିଛନ୍ତି।
ତେବେ ମାର୍ଚ୍ଚ ୨୭ରେ ଶାଶା ନାମକ ଚିତା କିଡନୀ ସଂକ୍ରମଣ ପାଇଁ ମୃତ୍ୟୁବରଣ କରିବା ପରେ ସରକାରଙ୍କ ଚିନ୍ତା ବଢ଼ାଇଥିଲା। ହେଲେ ଏବେ ସିୟାୟା ୪ଛୁଆଙ୍କୁ ଜନ୍ମ ଦେବାରୁ ଦେଶରେ ଖୁସିର ଲହରୀ ଖେଳିଯାଇଛି।
୧୯୫୨ମସିହାରୁ ଚିତାକୁ ବିଲୁପ୍ତ ଘୋଷଣା କରାଯାଇଥିବା ବେଳେ ୨୦୨୨ରେ ଭାରତ ସରକାର ଆଫ୍ରିକୀୟ ଦେଶ ନାମ୍ବିଆରୁ ୮ଟି ଚିତା ଆଣିବାକୁ ଯୋଜନା କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୮ଟି ଚିତା ଭାରତ ଆସିଥିଲେ।
Powered by Froala Editor