ଏହି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି, କେଉଁ କେଉଁ ବନ୍ଦର ଜାଣନ୍ତୁ?

ଭୁବନେଶ୍ୱର: ବାତ୍ୟା ୟଶ ପାଇଁ ୪ଟି ବନ୍ଦର ସକାଶେ ବିପଦ ସଙ୍କେତ ଜାରି କରାଯାଇଛି । ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଛି । ସେହିପରି ପୁରୀ ଓ ଗୋପାଳପୁର ପାଇଁ ୩ ନଂ ବିପଦସଙ୍କେତ ଜାରି କରାଯାଇଛି ।
ପ୍ରକାଶ ଯେ, ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ପୂର୍ବକେନ୍ଦ୍ରୀୟ ବଙ୍ଗୋପସଗାରରେ ବାତ୍ୟାର ରୂପ ନେଇଛି । ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବକୁ ୫୪୦ କିମି ଦୂରରେ ବାତ୍ୟା ‘ୟଶ’ର ଅବସ୍ଥିତି ରହିଛି । ସେହିପରି ବାଲେଶ୍ୱରରୁ ଦକ୍ଷିଣ ଦକ୍ଷିଣ-ପୂର୍ବର ୬୫୦ କିମି ଦୂରରେ ରହିଛି । ଦୀର୍ଘ ଠାରୁର ୬୩୦ ଦକ୍ଷିଣ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ । ୨୬ ତାରିଖ ଭୋର ସୁଦ୍ଧା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ୨୬ ତାରିଖ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ରୂପ ନେଇ ଲ୍ୟାଣ୍ଡଫଲ ହେବ । ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।
ବାତ୍ୟା ଦ୍ୱାରା ମୁଖ୍ୟତଃ ୪ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
Powered by Froala Editor