୧୦୦ ଫୁଟ୍ ଉପରେ ଶୌଚାଳୟ ତିଆରି କଲା ଏହି କମ୍ପାନୀ
ବିଜ୍ଞାପନ ଯେତେ ଆକର୍ଷଣୀୟ ହେବ ସେତେ କମ୍ପାନୀର ନାଁ ବଢିବ । ହେଲେ ଲଣ୍ଡନର ଏକ କମ୍ପାନୀ ନିଜ ନାଁ କୁ ଫେମସ କରିବା ପାଇଁ ୧୦୦ ଫୁଟ୍ ଉପରେ ଶୌଚାଳୟ ତିଆରି କରିିଛି । ଏହି ଶୌଚାଳୟ କ୍ଲିନିଂ ବ୍ରାଣ୍ଡ୍ ଡୋମେଷ୍ଟୋସ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଯିଏକି ୩୬୦ଡିଗ୍ରୀ ପାଓ୍ବାର ଫୋମ ବିଜ୍ଞାପନ କରୁଛି। କମ୍ପାନୀ ତା'ର ନୂତନ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଥେମସ ନଦୀ ଉପରେ ୧୦୦ ଫୁଟ ଉଚ୍ଚରେ ଏହି ଶୌଚାଳୟକୁ ଟାଙ୍ଗିଛି।
ଏହା ମାଧ୍ୟମରେ, ସେମାନେ ଲୋକମାନଙ୍କର ସଫେଇ ଅଭିଜ୍ଞତାକୁ ଏକ ନୂତନ ଉଚ୍ଚତାକୁ ନେବାକୁ ଚାହୁଁଛନ୍ତି। ଏହାର ନାମକରଣ କରାଯାଇଛି , 'ଲୁ ଓ୍ବିଥ୍ ଏ ଭ୍ୟୁ' । ତେବେ ଏହି ଶୌଚାଳୟକୁ ନେଇ କିଛି ବ୍ୟକ୍ତି ସମାଲୋଚନା ମଧ୍ୟ କରିଛନ୍ତି ।
Powered by Froala Editor