ଏପ୍ରିଲ ୩ ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ

ଭୁବନେଶ୍ୱର: ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ତେବେ ଆସନ୍ତା ଏପ୍ରିଲ ୩ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।
ସେ କହିଛନ୍ତି ଯେ ମାଟ୍ରିକ ପରୀକ୍ଷା ବେଳେ କିଛି ତ୍ରୁଟି ଦେଖାଯାଇଥିଲା । ତେବେ ଏହା ସତ୍ତ୍ୱେ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ ବୋଲି ଶ୍ରୀ ହାଜରା ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଆଜି ସରିଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ର ଛାତ୍ରୀ। ମାର୍ଚ୍ଚ ୧୦ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ଚଳିତବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଥିଲେ। ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିଲା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା। ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା।
ରାଜ୍ୟ ସରକାର ଓ ବୋର୍ଡ଼ ପକ୍ଷରୁ ବ୍ୟାପକ ସୁରକ୍ଷା ସ୍ୱତ୍ତେ ପରୀକ୍ଷା ସମୟରେ ବିଭିନ୍ନ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲ ହେବା ସହ ପ୍ରଶ୍ନପତ୍ରରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା।
Powered by Froala Editor