ଆଜି ରାଜଧାନୀରେ ଅଟୋ ଡ୍ରାଇଭରଙ୍କ ଆନ୍ଦୋଳନ
ଭୁବନେଶ୍ବର : ୧୦ ଦଫା ଦାବିରେ ବୁଧବାର ଠାରୁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି। ତେବେ ଆଜି ଠାରୁ ଭୁବନେଶ୍ବରରେ ଅଟୋ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇବେ । ସ୍ମାଟ ସିଟି ଅନଲାଇନ ଅଟୋ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ଏଥିରେ ସାମିଲ ହେବେ। ଲୋୟର ପିଏମଜି ଓ ଜନପଥରେ ଧାରଣା ଦେବେ ବୋଲି ସଂଘ କରିଛି। ବୁଧବାର ଆନ୍ଦୋଳନରେ ସାମିଲ ହୋଇ ନ ଥିବାର ଡ୍ରାଇଭର ସଂଘ ଅପମାନିତ କରିଛି। ତେଣୁ ଗୁରୁବାର ଠାରୁ ଆନ୍ଦୋଳନ କରିବୁ ବୋଲି ସ୍ମାଟ ସିଟି ଅନଲାଇନ ଅଟୋ ସଂଘ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ ଯେ ଡ୍ରାଇଭର ମାନଙ୍କୁ ସମାଜିକ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ , ୫୫ ବର୍ଷ ପରେ ମାସକୁ ୫ ହଜାର ପେନସନ, ଡ୍ରାଇଭରମାନଙ୍କୁ ଆବାସ ଯୋଜନା ରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ ଭଳି ଦାବି ରଖିଛନ୍ତି । ଏହା ସହ ଗାଡ଼ି ଗୁଡ଼ିକ ପାକିଂ ଏବଂ ଡ୍ରାଇଭରମାନଙ୍କୁ ବିଶ୍ରାମ ନେବାପାଇଁ ପ୍ରତି ୧୦୦ କିଲୋ ମିଟର ଅନ୍ତରରେ ପାକିଂ ସହିତ ବିଶ୍ରାମାଗାର ଏବଂ ଶୌଚାଳୟର ବ୍ୟବସ୍ଥା ନେଇ ଦାବି ରଖିଛି ଡ୍ରାଇଭର ମହାସଂଘ। । ସେପଟେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବିମା ରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ର ବିମାରାଶି ସହିତ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଡ୍ରାଇଭରମାନଙ୍କୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦେବାକୁ ଦାବି କରିଛନ୍ତି ।
Powered by Froala Editor