ଉଦ୍ଧବଙ୍କୁ ଝଟ୍କା : ଘନିଷ୍ଠ ବି ହାତ ଛାଡି ଶିନ୍ଦେଙ୍କ ଗୋଷ୍ଠୀରେ ମିଶିଲେ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି।ନିକଟରେ ବରିଷ୍ଠ ନେତା ସୁବାଷ ଦେଶାଇଙ୍କ ପୁଅ ଭୂଷଣ ମଧ୍ୟ ଶିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିଲେ।
ଦଳରେ ଚାଲିଥିବା ମତଭେଦ ମଧ୍ୟରେ ଉଦ୍ଧବ ଠାକରେ ଭାଜପା ଏବଂ ଶିନ୍ଦେ ଗୋଷ୍ଠୀକୁ ଟାର୍ଗେଟ୍ କରିଛନ୍ତି। ବୁଧବାର ମୁମ୍ବାଇରେ ଭାଜପାକୁ ଆତଙ୍କବାଦୀ ଅଫଜାଲ ଖାନଙ୍କ ସହ ତୁଳନା କରି ସେ କହିଛନ୍ତି ଯେ, ଭାରତ ଉପରେ ଆକ୍ରମଣ କରିବା ସମୟରେ ଅଫଜଲ ଯେଉଁଭଳି ଭାବରେ ଲୋକଙ୍କ ଘର ଭାଙ୍ଗିଥିଲେ। ଆଜି ଭାଜପା ସମାନ କାର୍ଯ୍ୟ କରୁଛି।
ଗତ ବର୍ଷ ଜୁନ ମାସରେ ଏକନାଥ ଶିନ୍ଦେ ଉଦ୍ଧବ ଠାକରେଙ୍କ ସହ ଅଲଗା ହୋଇ ଭାଜପା ସହିତ ସରକାର ଗଠନ କରିଥିଲେ। ଶିନ୍ଦେ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ପ୍ରକୃତ ଶିବସେନାକୁ ନେଇ କଳହ ଲାଗି ରହିଥିଲା। କିଛିଦିନ ହେବ ଅନେକ ନେତା ଉଦ୍ଧବଙ୍କ ହାତ ଛାଡି ଶିନ୍ଦେ ଗୋଷ୍ଠୀରେ ସାମିଲ ହେଉଥିବା ଦେଖାଯାଇଛି।
Powered by Froala Editor