ହକି ବିଶ୍ୱକପ ସୌନ୍ଦର୍ୟ୍ୟକରଣରେ ଖର୍ଚ୍ଚ ହୋଇଛି ୫୧ କୋଟି
ଭୁବନେଶ୍ଵର: ପୁରୁଷ ହକି ବିଶ୍ୱକପ୍ ସୌନ୍ଦର୍ୟ୍ୟକରଣ ପାଇଁ ୫୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସେଥିମଧ୍ୟରେ ୨୬ଟି ରାସ୍ତା, ୧୪ଟି ୱାଟର ଫାଉଣ୍ଟେନ୍, ରାସ୍ତା ଆଲୋକୀକରଣ, ଭେଣ୍ଡିଂ ଜୋନ୍ ଆଦି ନିର୍ମାଣ ହୋଇଛି । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନରେ ଏହି ତଥ୍ୟ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଉଷାଦେବୀ ।
ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱର ସହରାଞ୍ଚଳରେ ହୋଇଥିବା ସୌନ୍ଦର୍ୟ୍ୟକରଣ ପାଇଁ ଟଙ୍କାଟିଏ ଖର୍ଚ୍ଚ କରି ନାହାଁନ୍ତି ନଗର ଉନ୍ନୟନ ବିଭାଗ । ଏଥିପାଇଁ ଓଏମ୍ସି ୧୦ କୋଟି ଟଙ୍କା ମଞ୍ଜୁର କରିଛି । ସେଥିମଧ୍ୟରେ ୫ କୋଟି ଟଙ୍କା ଅଗ୍ରୀମ ଦିଆଯାଇଛି । ସେହିପରି ପର୍ୟ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ବନ ଉନ୍ନୟନ ନିଗମ ରାସ୍ତା ମେଡିଆନ୍ ସଜେଇବା ପାଇଁ ୩ କୋଟି ୨୫ଲକ୍ଷ ୮୫ ହଜାର ୫୩୦ ଟଙ୍କା ଖର୍ଚ୍ଚ କରିଛି । ସେହିପରି ଓଟିଡିସି ୩୦ ଲକ୍ଷ, ଓଡିଶା ଲଳିତ କଳା ଏକାଡେମୀ ୧କୋଟି ୩୨ଲକ୍ଷ ୭୯ହଜାର ୩୧୮ ଟଙ୍କା ଖର୍ଚ୍ଚ କରିଛି । ସେହିପରି ଫେଷ୍ଟ ଓ ଅନ୍ୟ ବାବଦକୁ ମିଶାଇ ମୋଟ ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାଉରକେଲା ଓ ଭୁବନେଶ୍ୱରରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି, କିନ୍ତୁ ଏ ବାବଦରେ ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ଦିଆଯାଇନି।
Powered by Froala Editor