ବଢ଼ିଲା ଅଡୁଆ।, ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣଙ୍କୁ କୋର୍ଟ ନୋଟିସ୍
ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ବଢ଼ିଲା ଅଡୁଆ। ବହୁ ଚର୍ଚ୍ଚିତ ଦିଲେଶ୍ୱର ସାହୁ ହତ୍ୟା ମାମଲାରେ କୋର୍ଟ ତାଙ୍କୁ ନୋଟିସ୍ କରିଛନ୍ତି। ଆସନ୍ତା ୧୭ ତାରିଖରେ ଜୟନାରାୟଣଙ୍କ ସହ ଅନ୍ୟ ୧୨ ଜଣ ଅଭିଯୁକ୍ତ ହାଜର ହେବାକୁ ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଥାଉ କି, ୨୦୧୮ ମସିହା ବିଜେପୁର ଉପନିର୍ବାଚନ ସମୟରେ ହୋଇଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ରହିଛି। ତେବେ ସେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ଅଛନ୍ତି। ହେଲେ ହାଇକୋର୍ଟଙ୍କ ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିମଲ ଭୁଏ ନାମକ ବ୍ୟକ୍ତି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି, ଜୟନାରାୟଣ ଅସୁସ୍ଥତା ଆଳ ଦେଖାଇ କୋର୍ଟରେ ହାଜର ହେଉ ନାହାନ୍ତି। କିନ୍ତୁ ବିଭିନ୍ନ ଦଳୀୟ କାର୍ୟ୍ୟକ୍ରମ, ରାଲି, ଧାରଣାରେ ସାମିଲ ହେଉଛନ୍ତି। ସେହିପରି ୨୦୧୦ ମସିହାରେ ଝାରବନ୍ଧ ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲାର ଶୁଣାଣି ଆସନ୍ତା ୨୩ ତାରିଖରେ ହେବ। ଏହି ମାମଲାରେ ମଧ୍ୟ ଜୟନାରାୟଣଙ୍କ ସଂପୃକ୍ତି ଅଭିଯୋଗ ରହିଛି।
Powered by Froala Editor