ମାଟ୍ରିକ ଡ୍ରପଆଉଟ ଛାତ୍ରଛାତ୍ରୀ ଦେଇପାରିବେ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ କରି ୧୩ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି। ଉକ୍ତ ଡ୍ରପଆଉଟ ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ମାଟ୍ରିକରେ ଚଳିତ ବର୍ଷ ୧୩୦୫୮ ପିଲା ଫର୍ମ ଫିଲପ୍ କରି ପରୀକ୍ଷା ଦେଇନାହାଁନ୍ତି। ଗତ ଶିକ୍ଷାବର୍ଷ ୨୦୨୧-୨୨ ରେ ୪୫ ହଜାର ପିଲା ଦେଇ ନଥିଲେ। ତେବେ ଡ୍ରପଆଉଟରେ ଏ ହାର କମିଛି। ଯେଉଁ ପିଲା ମାନେ ପରୀକ୍ଷା ଦେଇନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ଗୃହରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ।
Powered by Froala Editor