ଓଡ଼ିଶାରେ ୧୬ ଜଣ ଡାକ୍ତରଙ୍କ ଜୀବନ ନେଲାଣି କରୋନା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପ୍ରଥମ ଲହର ତୁଳନାରେ ଭୟଙ୍କର ସାବ୍ୟସ୍ତ ହୋଇଛି । ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ କରୋନାରେ ସଂକ୍ରମିତ ହେଉଥିବା ଲୋକଙ୍କ ସମେତ ଦୈନିକ ମୃତୁ୍ୟ ମଧ୍ୟ ଅଧିକ ରହୁଛି । କେବଳ ସାଧାରଣ ଲୋକ ନୁହେଁ କରୋନା ମହାମାରୀ ବିରୋଧରେ ଆଗଧାଡ଼ିରେ ରହି ଲଢେ଼ଇ କରୁଥିବା ଡାକ୍ତରମାନଙ୍କ ଜୀବନ ପ୍ରତି ମଧ୍ୟ ଦ୍ୱିତୀୟ ଲହର ଘାତକ ହୋଇଛି । ଭାରତୀୟ ମେଡିକାଲ ସଂଘ (ଆଇଏମଏ)ର ହିସାବ ଅନୁଯାୟୀ ଦ୍ୱିତୀୟ ଲହର ୪୨୦ ଜଣ ଡାକ୍ତରଙ୍କ ଜୀବନ ନେଲାଣି । କେବଳ ଦିଳ୍ଲୀରେ ୧୦୦ ଜଣ ଡାକ୍ତରଙ୍କ ଜୀବନ ଏହି ଘାତକ ମହାମାରୀ ନେଇଛି । ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି, ବିହାରରେ ଅତିକମରେ ୯୬ ଜଣ ଏବଂ ଉତ୍ତର ପ୍ରଦେଶରେ ୪୧ ଜଣ ଡାକ୍ତରଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଇଏମଏ ପକ୍ଷରୁ ରାଜ୍ୟୱାରୀ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ଗୁଜରାଟରେ ୩୧ ଜଣ, ତେଲେଙ୍ଗାନାରେ ୨୦ ଜଣ ଏବଂ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ୧୬ ଜଣ ଡାକ୍ତରଙ୍କ ମୃତୁ୍ୟ ହୋଇଥିବା କୁହାଯାଇଛି ।
Powered by Froala Editor