ହାତୀ ମୃତ୍ୟୁ ମାମଲା: କେଉଁ କାରଣ ମୃତ୍ୟୁ ହେଉଛି ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ହାତୀ ମୃତ୍ୟୁ ମାମଲା । ୨ ମାସରେ ଗଲାଣି ୧୨ ହାତୀର ମୃତ୍ୟୁ । କେଉଁ କାରଣ ପାଇଁ ହାତୀଙ୍କର ମୃତ୍ୟୁ ହେଉଛି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ବିଦ୍ୟୁତ୍ ଆଘାତଜନିତ ହାତୀ ମୃତ୍ୟୁ ରୋକିବା ଉପରେ ଗୁରୁତ୍ୱ ଦେଇଛନ୍ତି ହାଇକୋର୍ଟ । ହାତୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଆକ୍ସନ୍ ପ୍ଲାନ୍ କଡ଼ାକଡ଼ି କାର୍ୟ୍ୟକାରୀ କରିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ।
ଗଲା ଜାନୁଆରି ୧୮ରୁ ଏ ପର୍ୟ୍ୟନ୍ତ ୨ ମାସରୁ କମ୍ ସମୟ ଭିତରେ ୧୨ଟି ହାତୀଙ୍କ ମୃତ୍ୟୁ ହେଲାଣି । ସେହିଭଳି ହାତୀ ଆକ୍ରମଣରେ ୧୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ୨ଟି ହାତୀର ଶିକାର କରାଯାଇଥିବା ବେଳେ ୪ଟି ବିଦ୍ୟୁତ ଆଘାତଜନିତ ମୃତ୍ୟୁ । ଅନ୍ୟ ହାତୀଙ୍କ ଆକ୍ରମଣରେ ୨ଟି ହାତୀଛୁଆଙ୍କ ମୃତ୍ୟୁ ହୋଇଥିଲା । ଶିକାର ଓ ବିଦ୍ୟୁତ୍ ଆଘାତଜନିତ ହାତୀ ମୃତ୍ୟୁ ପାଇଁ ୬ଟି ଏତଲା ପଞ୍ଜୀକରଣ କରାଯାଇଥିବା ଜେଟିଏଫ୍ ସଦସ୍ୟ ଥିବା ଅତିରିକ୍ତ ଏସ୍ପି ଦର୍ଶାଇଥିଲେ ।
ଏହି ୬ଟି ଏତଲାକୁ ନେଇ ରୁଜୁ ମାମଲାର କଣ ଅଗ୍ରଗତି ହୋଇଛି ସେ ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଓ ଆହତ ହୋଇଥିବା ବ୍ୟକ୍ତିଙ୍କ ନାଁ, ଯେଉଁମାନଙ୍କ ସଂପତି ବନ୍ୟଜନ୍ତୁଙ୍କ ଦ୍ୱାରା ନଷ୍ଟ ହୋଇଛି ସେମାନଙ୍କ ତଥ୍ୟ, ଫସଲ ନଷ୍ଟ ସଂକ୍ରାନ୍ତରେ ସବିଶେଷ ବିବରଣୀ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor