ଚାଷୀଙ୍କ ଧାନ କିଣିବା ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ଜାଲରେ ଧରା ପଡିଲେ
ଭଦ୍ରକ: ଜଣେ ଚାଷୀଙ୍କ ଧାନ କିଣିବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ବ୍ଲକ ଚଣ୍ଡୀଗାଁ ସେବା ସମବାୟ ସମିତିର ସମ୍ପାଦକ ତପନ ନାୟକ। ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଚଣ୍ଡୀଗାଁର ଚାଷୀ ଶ୍ରୀଧର ସାମଲ ନିଜର ୨୪୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ। ଆଇ ସ୍କାନ ପାଇଁ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ସମ୍ପାଦକ ତପନ ନାୟକଙ୍କୁ ଭେଟିଥିଲେ। ସମ୍ପାଦକ ୯ ହଜାର ୬ ସହ ଟଙ୍କା ମାଗିଥିଲେ। କିନ୍ତୁ ଶ୍ରୀଧର ଭିଜିଲାନ୍ସ ବିଭାଗକୁ ଏ ନେଇ ଜଣାଇଥିଲେ। ସୋମବାର ସନ୍ଧ୍ୟା ବେଳେ ସମ୍ପାଦକଙ୍କୁ ତାଙ୍କ ଘର ସମ୍ମୁଖରେ ଶ୍ରୀଧର ଟଙ୍କା ଦେବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ ତପନଙ୍କୁ କାବୁ କରି ନେଇଥିଲେ। ଟଙ୍କା ଜବତ ସହ ସମ୍ପାଦକ ଙ୍କୁ ଅଟକ ରଖି ଭିଜିଲାନ୍ସ ତଦନ୍ତ କରୁଛି।
Powered by Froala Editor