୧୫ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶନିବାର ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପାଗ ମେଘୁଆ ସହ ବର୍ଷା ହୋଇପାରେ । ୧୫ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ବର୍ଷା ହୋଇପାରେ ।
ସକ୍ରିୟ ପଶ୍ଚିମା ଝଡ ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା କମ୍ ରହି ଥିଲା । ଦାରିଙ୍ଗିବାଡିରେ ଦିନ ତାପମାତ୍ରା ସର୍ବନିମ୍ନ ୨୯.୫ ଡିଗ୍ରୀ ରେକର୍ଡ ହୋଇ ଥିଲା । ରାଜଧାନୀ ଭୁବନେଶ୍ୱରରେ ୩୨.୨ ଓ ଟିଟିଲାଗଡରେ ୩୫.୫ ଡିଗ୍ରୀ ରହି ଥିଲା ।
Powered by Froala Editor