ଦମ୍ପତି ହତ୍ୟା ଘଟଣାର ପର୍ଦ୍ଦାଫାସ:ଜମି ପାଇଁ ବଡ଼ ଭାଇ ଓ ଭାଉଜଙ୍କୁ ହତ୍ୟା କଲା ସାନ ଭାଇ

ବାଲେଶ୍ବର: ସୋର ସବିରା ଗ୍ରାମର ଦମ୍ପତି ହତ୍ୟା ଘଟଣାର ପର୍ଦ୍ଦାଫାସ । ଜମି ପାଇଁ ବଡ଼ ଭାଇ ଓ ଭାଉଜକୁ ହତ୍ୟା କରିଛି ସାନ ଭାଇ ମଧୁସୂଦନ ବେହେରା । ଜମି ଦଖଲକୁ ନେଇ ଲାଗିରହିଥିଲା ଅସନ୍ତୋଷ । ହତ୍ୟା ପାଇଁ ପୂର୍ବରୁ ଯୋଜନା କରିଥିଲା ମଧୁସୂଦନ। ତେବେ ଗତ ବୁଧବାର ବଡ଼ ଭାଇ ରଘୁନାଥ ବେହେରା ଓ ସ୍ତ୍ରୀ ପ୍ରଭାତି ବେହେରାଙ୍କୁ ଅତି ନୃଶଂସ ଭାବେ ଗଳାକାଟି ହତ୍ୟା କରିଥିଲେ ସାନ ଭାଇ ମଧୂସୁଦନ ଓ ଜେନା ସାହିର ସହଯୋଗୀ ମାନସ ଜେନା ।
ହତ୍ୟାକାଣ୍ଡ ଠାରୁ ଶହେ ମିଟର ଦୂର ପୋଖରୀରୁ ଖଣ୍ଡା, ଏସିଡ ବୋତଲ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି । ଅଭିଯୁକ୍ତଙ୍କ ବିରୋଧର ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକ ଦାବି ହୋଇଛି ।
Powered by Froala Editor