ପୋଲ ଉପରୁ ଖସି ପଡ଼ିଲା ଟ୍ରକ୍, ହେଲପର୍ ମୃତ
ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ଟୁଣଟୁଣା ଅରଡେଇଠାରେ ଏକ ବାଲି ବୋଝେଇ ହାଇୱା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକଟି ପୋଲ ଉପରୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ଗାଡ଼ିର ହେଲପରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ହାଇୱା ଜ୍ୟୋତିପୁର ବାଲି ଖଣିରୁ ବାଲି ବୋଝେଇ କରି ଯୋଡ଼ା ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଥିଲା । ମୃତକ ଜଣକ ଚମ୍ପୁଆ ଥାନା ଅନ୍ତର୍ଗତ ଦୋଳିତା ଗ୍ରାମର ଗୁରୁଚରଣ ନାଏକ ବୋଲି ସୂଚନା । ତେବେ ଏବେ ଯାଏ ହାଇୱା ଡ୍ରାଇଭରର ପତ୍ତା ମିଳିନାହିଁ । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor