ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବଜାଇଲେ ଢାମ୍ପ

ଗୁଣପୁର: ପୁଣି ଚର୍ଚ୍ଚାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ର ଖିଲାପଦର ଗାଁରେ ଶ୍ରୀ ଗମାଙ୍ଗ ବଜାଇଲେ ଢାମ୍ପ । ସୌରା ସଂପ୍ରଦାୟର ସାମୂହିକ ଭାବେ ପିତୃଶ୍ରାଦ୍ଧ କରିଥାନ୍ତି । ଏହାଦ୍ୱାରା ପରିବାର ଓ ଗାଁର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଥାଏ । ଦୀର୍ଘ ୨୫ ବର୍ଷ ପରେ ଖିଲାପଦର ଗାଁରେ ଏହି ପର୍ବ ପାଳନ କରାଯାଉଛି । ସୌରାମାନେ ନିଜ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରି ଏହି ପର୍ବ ପାଳନ କରୁଛନ୍ତି । ଏହି ପର୍ବ ସମୟରେ ବାହାରେ ରହୁଥିବା ପରିବାରର ସମସ୍ତ ସଦସ୍ୟ ଘରକୁ ଫେରିଥାନ୍ତି । ବୁଧବାର ପର୍ବ ପାଳନ ଅବସରରେ ନିଜ ଗାଁ ମାଟିରେ ସାମିଲ ହୋଇଥିଲେତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ । ଏହି ଅବସରରେ ନିଜ ଶ୍ୱଶୁର ଘର ଗାଁ ଖିଲାପଦରରେ ଢାମ୍ପ ବଜାଇଥିଲେ ଗିରିଧର । ପିତୃପୁରୁଷଙ୍କୁ ଆବାହନ ପାଇଁ ଗାଁର ସମସ୍ତେ ମିଳିମିଶି ଶ୍ମଶାନକୁ ଯାଇଥିଲେ । ସେଠାରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚଗୀତରେ ମସଗୁଲ ହୋଇଥିଲେ । କାର୍ୟ୍ୟକ୍ରମରେ ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କମିଟି ଉପଦେଷ୍ଟା ସୁଧୀର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor