ଲୋକଙ୍କର ବିଶ୍ୱାସରେ ତିଆରି ‘ମନସ୍କାମନା କାନ୍ଥ’
କୋଟା: ରାଜସ୍ଥାନ କୋଟା ସହର କୋଚିଂ ପାଇଁ ସମଗ୍ର ଭାରତରେ ଲୋକପ୍ରିୟ । ଦେଶର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଏଠିକୁ କୋଚିଂ ନେବାକୁ ଆସନ୍ତି । ଯିଏ ଯେଉଁଆଡ଼ୁ ଆସିଲେ ବି ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ଯାଇ ଦର୍ଶନ କରିବାଟା ଥୟ । ମନ୍ଦିର ଯାଇ ମନସ୍କାମନା କରୁଥିବା ଅଧିକାଂଶ ଭକ୍ତଙ୍କର ଆଶା ପୂରଣ ହୋଇଥିବା ଶୁଣିବାକୁ ବି ମିଳୁଛି । ମନ୍ଦିର ଭିତରେ ଗୋଟିଏ ପାଖ କାନ୍ଥକୁ ଶ୍ରଦ୍ଧାଳୁ ‘ମନସ୍କାମନା କାନ୍ଥ’ ବୋଲି କହନ୍ତି । ସେ କାନ୍ଥରେ ହଜାର ହଜାର ଲୋକ ତାଙ୍କର ମନସ୍କାମନା ଲେଖିଛନ୍ତି । କିଏ ଲେଖିଛି ମୋ ପୁଅ ଏଠାରେ କୋଚଂ ନେଉଛି । ତାକୁ ସଫଳତା ମିଳୁ । ଆଉକେହି ନିଜ ଝିଅର ପାଠପଢ଼ା ପାଇଁ ଇଶ୍ୱରଙ୍କ ପାଖରେ କାମନା କରିଛି । ସେଠାକାର ଜଣେ ପୁଜକ କହିଛନ୍ତି, ପ୍ରତିଦିନ ଏଠାକୁ ୧୦୦-୨୦୦ ଲୋକ ଆସି ଧାଡ଼ି ଲଗାଇ ମନସ୍କାମନା କାନ୍ଥରେ ମନସ୍କାମନା ଲେଖିବାକୁ ଅପେକ୍ଷା କରି ଧାଡ଼ି ଲମ୍ବାଇ ଠିଆ ହେଉଛନ୍ତି । ଏବେ କାନ୍ଥ ଭର୍ତ୍ତ ହୋଇ ଯିବାରୁ କେହି କେହି ଧଳା ମାର୍କର ମାରି ତା’ ଉପରେ ଲେଖୁଛନ୍ତି । ଲୋକଙ୍କର ବିଶ୍ୱାସରେ ତିଆରି ଏ କାନ୍ଥ ।
Powered by Froala Editor