ଚୀନ ଫେରନ୍ତାଙ୍କ କରୋନା ରିପୋର୍ଟ ପଜିଟିଭ
ଚୀନରୁ ଗୁଜୁରାଟର ଭାବନଗର ଫେରିଥିବା ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ଜଣାଯାଇଛି । ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଆତଙ୍କ ଖେଳାଇଥିବା ବେଳେ ସେଠାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବା ସମସ୍ତଙ୍କୁ ଭୟଭୀତ କରିଛି। ତାଙ୍କର ସାମ୍ପୁଲକୁ ଗାନ୍ଧିନଗର ଲ୍ୟାବକୁ ଏବେ ଜିନୋମ ସିକ୍ୱୋନ୍ସିଂ ପାଇଁ ପଠାଯାଇଛି ।
ସୂଚନା ଅନୁସାରେ, ଭାବନଗରେ ରହୁଥିବା ୩୪ ବର୍ଷୀୟ ବ୍ୟବସାୟୀ ଜଣଙ୍କ କୌଣସି କାମରେ ଚାଇନା ଯାଇଥିଲେ। ସେ ଡିସେମ୍ବର ୧୯ରେ ଭାରତ ଫେରିଥିଲେ। ଏଥିସହ ସ୍ୱାଭାବିକ ଭାବେ ସମସ୍ତଙ୍କ ସହ ମିଶିଥିଲେ। ହେଲେ ବୁଧବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ତାଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଏହାଦ୍ୱାରା ସେ କରୋନାର ମାରାତ୍ମକ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସେକଥା ସ୍ପଷ୍ଟ ହେବ।
Powered by Froala Editor