୧ ୮ ରୁ ବଢିବ ଶୀତ

ଭୁବନେଶ୍ୱର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ଓଡିଶାରେ ଅଧିକାଂଶ ଜିଲ୍ଲା ଯଥା, ମାଲକାନାଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ପୁରୀ, ବଲାଙ୍ଗୀର, ସେନାପୁର, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ପଡିବ । ଅନ୍ୟ ଜିଲ୍ଲାଗୁଡିକରେ ସେଭଳି କୌଣସି ପରିର୍ତ୍ତନ ଦେଖାଦେବ ନାହିଁ । ପରବର୍ତ୍ତୀ ଦୁଇ ଦିନ ମଧ୍ୟ ଏହିଭଳି ସ୍ଥିତି ଜାରି ରହିବ । ମାତ୍ର ଏହା ପରେ ଅର୍ଥାତ ୧ ୮ ତାରିଖ ବେଳକୁ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ଶୀତ ବଢିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ଗଜପତି, କନ୍ଧମାଳ ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ରାଜ୍ୟର ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା । ଉତ୍ତର ଉପକୂଳ ଓଡିଶା ସମେତ କଟକ ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡି ଏବଂ ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ପଡିଥିବା ଦେଖାଯାଇଥିଲା ।
Powered by Froala Editor