ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ତମଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଛାପା । ଭୁବନେଶ୍ୱରର ୩ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ।
ସୂଚନା ଅନୁଯାୟୀ, ପାଇକନଗରର ୪ ତାଲା ବିଲ୍ଡିଂ, ନୟାଗଡ଼ ନଛିପୂରର ଗୋଟେ ମହଲା ଘର ସମେତ ତମଣ୍ଡୋ ଥାନାର ଏସଓ ଅଫିସରେ ଏକକାଳୀନ ରେଡ କରୁଛି ଭିଜିଲାନ୍ସ । ଏହି ରେଡ୍ରେ ସାମିଲ ଅଛନ୍ତି ୩ଜଣ ଡ଼ିଏସପି, ୧୧ଜଣ ଇନ୍ସପେକ୍ଟର ଓ ୬ଜଣ ଏସଆଇ।
Powered by Froala Editor