ମହୁମାଛି ଆକ୍ରମଣରେ ମହିଳା ମୃତ

ରାୟଗଡ଼ା : ମହୁମାଛି ଆକ୍ରମଣରେ ମହିଳା ମୃତ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କମ୍ପର ଗାଁରେ ଏଭଳି ଅଘଟଣ ଘଟିଛି । ମୃତ ମହିଳାଙ୍କ ନାମ ଉଜେରବତୀ ଭତ୍ରା ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ଉଜେରବତୀ ବୁଧବାର ସକାଳୁ ନିଜ ଜମିରେ କାମ କରିବା ପାଇଁ ଯାଇଥିଲେ। କାମ ଶେଷକରି ଜମିରୁ ଫେରିବା ସମୟରେ ଗାଁ ମୁଣ୍ଡରେ ମହୁମାଛି ଆକ୍ରମଣ ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ଦୋରାଗୁଡା ପୁଲିସ ପହଞ୍ଚି ଶବକୁ ଜବତ କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ପୁଲିସ ହସ୍ତାନ୍ତର କରିବ।
Powered by Froala Editor