ଯୁକ୍ତ ତିନି ଓ ପିଜି ପିଲାଙ୍କ ପାଇଁ ଆସିବ ଷ୍ଟାର୍ଟଅପ ପଲିସି

ଯୁକ୍ତ ତିନି ଓ ପିଜି ପିଲାଙ୍କ ପାଇଁ ପଲିସି ଆଣିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସମ୍ପର୍କରେ ପ୍ରଥମ ବୈଠକ ବସିଥିଲା । ଷ୍ଟାର୍ଟଅପ୍ ଓଡିଶାର ଅଧ୍ୟକ୍ଷ ଓଁକାର ରାୟ ଏଥିରେ ଉପସ୍ଥିତ ଥିଲେ ।
ଯେଉଁଥିରେ ଷ୍ଟାର୍ଟଅପ ଓଡ଼ିଶାର ଅଧ୍ୟକ୍ଷ ଡ. ଓମ୍କାର ରାୟ, ଫ୍ରଷ୍ଟ ଏବଂ ସୁଲିଭାନର ଏକଜିକ୍ୟୁଟିଭ୍ ବୋର୍ଡ ଅଧ୍ୟକ୍ଷ ସଦସ୍ୟ ଡ. ସୁଧାଂଶୁ ଦାସ ଏ ଦିଗରେ ସରକାରଙ୍କୁ ସହଯୋଗ ଯୋଗାଇବା ଦେବା ସହ ପରବର୍ତ୍ତୀ ଆଲୋଚନା ଜାରି ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ,ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଉପସ୍ଥିତ ଥିଲେ।
Powered by Froala Editor