ଆରମ୍ଭ ହେବ ଛତୁ ମିଶନ : ୫ ବର୍ଷ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ

ଆରମ୍ଭ ହେବ ଛତୁ ମିଶନ। ରାଜ୍ୟରେ ଛତୁ ଉତ୍ପାଦନ ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛତୁ ମିଶନ ହେବ । ଏ ନେଇ ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ।
ଛତୁ ମିଶନ ଅଧୀନରେ ନୂଆ ଚାଷୀ ଓ କୃଷି ଉଦ୍ୟୋଗୀ ସୃଷ୍ଟି କରାଯିବ। ଆଗାମୀ ୫ ବର୍ଷ ମଧ୍ୟର ଏହାକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ପାଳ ଛତୁ ପରେ ବଟମ ଛତୁ ଉତ୍ପାଦନରେ ଓଡ଼ିଶାକୁ ସ୍ଵାବଲମ୍ବୀ କରିବାକୁ ଏହିଭଳି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ବଟନ ଛତୁ ଉତ୍ପାଦନ ବୃଦ୍ଧି କରିବା ଲାଗି ଆଗାମୀ ୫ ବର୍ଷ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଛତୁ ମିଶନରେ ଅଧିକ ସଂଖ୍ୟକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦକ ସଙ୍ଗଠନ (ଏଫପିଓ)ଙ୍କୁ ସାମିଲ କରାଯିବ ବୋଲି ଡକ୍ଟର ପାଢ଼ୀ କହିଛନ୍ତି।
Powered by Froala Editor