Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ ...

  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ...

  • ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ...

  • ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ...

  • କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

  • ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ...

  • ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ...

  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ ...

ରାଜ୍ୟ
Home ›› ରାଜ୍ୟ ››ମହଙ୍ଗା ପଡ଼ିଲା ଆନ୍ଦୋଳନ, ବନ୍ଧାହେଲେ ୧୨ ଆଇନଜୀବୀ

ମହଙ୍ଗା ପଡ଼ିଲା ଆନ୍ଦୋଳନ, ବନ୍ଧାହେଲେ ୧୨ ଆଇନଜୀବୀ

2022-12-13 06:56:27
14388
Share:
Facebook
Twitter
E-Mail
WhatsApp
Telegram
ମହଙ୍ଗା ପଡ଼ିଲା ଆନ୍ଦୋଳନ, ବନ୍ଧାହେଲେ ୧୨ ଆଇନଜୀବୀ

ସମ୍ବଲପୁର: ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ । ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୨ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ୍‌। ସେମାନଙ୍କ ମଧ୍ୟରୁ ଜାମିନ ନାମଞ୍ଜୁର ହେବାରୁ ୯ ଜଣଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଆଗକୁ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ।

ଏଥିସହ ଆନ୍ଦୋଳନସ୍ଥଳ କଚେରି ଛକରେ ୧୪୪ ଧାରା ଲାଗୁ କରାଯାଇଛି। ଆନ୍ଦୋଳନସ୍ଥଳରେ ୨ଶହ ମିଟର ପରିସର ମଧ୍ୟରେ ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଘଟଣାକୁ ନେଇ ତୁମ୍ବିତୋଫାନ ହେବା ସହ ରାଜ୍ୟ ପୁଲିସ୍‌କୁ କଡ଼ା ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ଏହାପରେ ସମ୍ବଲପୁର ପୁଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗତକାଲି ରାତିରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ହିଂସାକାଣ୍ଡ ଘଟାଇଥିବା କାହାକୁ ଛଡ଼ା ଯିବିନ । କୋର୍ଟ ପରିସରରେ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଗିରଫଦାରୀକୁ ଆହୁରି ବଢ଼ାଯିବ ବୋଲି କହିଛନ୍ତି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ।

ସମ୍ବଲପୁରରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଗତକାଲି ଏହା ତୀବ୍ର ରୂପ ଧାରଣ କରିଥିଲା। ବହୁ ସଂଖ୍ୟାରେ ଓକିଲ  ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଅଭିଯୋଗରେ  ସମ୍ବଲପୁର ଜିଲ୍ଲା ବାର  ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛି ବାର୍ କାଉନ୍ସିଲ୍ ଅଫ ଇଣ୍ଡିଆ ।  ସେମାନଙ୍କ ଲାଇସେନକୁ ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । ଏନେଇ ପ୍ରେସ୍ ବିଜ୍ଞପ୍ତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।  ସେହିଭଳି ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏସନର ସମସ୍ତ ଓକିଲଙ୍କ ଲାଇସେନ୍ସକୁ ସାମୟିକ ଭାବେ ସସ୍‌ପେଣ୍ଡ କରାଯାଇଛି ।

ଆନ୍ଦୋଳନ ବେଳେ ସାମିଲ ହୋଇ ହିଂସା ଘଟାଇବା, ବିଚାରପତିମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ, ସ୍ଲୋଗାନ ଦେବା, ଜଜ୍‌ମାନଙ୍କ କୁଶପୁତ୍ତଳିକା ଦାହ କରିବା, ବାର କାଉନସିଲ୍‌ ଅଫ ଇଣ୍ଡିଆ ଓ ରାଜ୍ୟ ବାର କାଉନସିଲ୍ ସଦସ୍ୟଙ୍କ କୁଶପୁତ୍ତଳିକା ପୋଡ଼ିବା, କୋର୍ଟ ରୁମ ଭିତରକୁ ପଶିଭଙ୍ଗା ରୁଜା କରିବା, ପୁଲିସ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆଦି ଘଟଣାରେ ବାର କାଉନସିଲ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନସିଲ୍ ଅଫ ଇଣ୍ଡିଆ ।   ଗତକାଲି ହୋଇଥିବା ହିଂସାତ୍ମକ ଆନ୍ଦୋଳନ ନେଇ ମଧ୍ୟ ରାଜ୍ୟ ବାର କାଉନସିଲ ପକ୍ଷରୁ ବାର କାଉନସିଲ ଅଫ ଇଣ୍ଡିଆକୁ ସୂଚନା ଦିଆଯାଇଛି । ତେବେ କାର୍ଯ୍ୟବନ୍ଦ  ଆନ୍ଦୋଳନରେ ଅନ୍ୟ ବାର ଆସୋସିଏସନ୍ ସାମିଲ ଥିବା ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ବି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାର କାଉି୍ସଲ୍ ଚେତାବନୀ ଦେଇଛି ।

ଆଜି ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ନେଇ ବାର କାଉନସିଲ୍ ଅଫ ଇଣ୍ଡିଆକୁ ସବିଶେଷ ସୂଚନା ଦେବ ରାଜ୍ୟ ବାର କାଉନସିଲ୍ ।  ଏହି ରିପୋର୍ଟ ଆଧାରରେ ଆସନ୍ତାକାଲି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛି ବାର କାଉନସିଲ । ଅନ୍ୟପଟେ ନିଲମ୍ବିତ ଓକିଲ ଯେଭଳି କୌଣସି କୋର୍ଟ କାର୍ଯ୍ୟରେ ଭାଗ ନେଇ ନପାରିବେ ସେନେଇ ସମସ୍ତ କୋର୍ଟଙ୍କୁ ଅବଗତ କରାଇବା ପାଇଁ ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ ।

ଏହି ଘଟଣାକୁ ନେଇ ରାଜ୍ୟ ପୁଲିସ୍ ଡିଜିଙ୍କୁ କଡ଼ା ଭର୍ସନା କରିଛନ୍ତି ସୁପ୍ରିମ୍‌କୋର୍ଟ। ଆନ୍ଦୋଳନର ଭିଡିଓ ଫୁଟେଜ୍ ଦେଖି ୨ଜଣିଆ ଖଣ୍ଡପୀଠ କହିଛନ୍ତି, ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପୁଲିସର ବିଫଳତା। ଯଦି ଓଡ଼ିଶା ପୁଲିସ୍ ଏହି ଆନ୍ଦୋଳନକୁ ସମ୍ଭାଳିବାରେ ଅସମର୍ଥ ତେବେ, ଆମକୁ କୁହନ୍ତୁ। ଆମେ ଓଡ଼ିଶାରେ କୋର୍ଟର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ପାରାମିଲିଟାରୀ ଫୋର୍ସ ନିୟୋଜିତ କରିବୁ। କେବଳ ସେତିକି ନୁହେଁ, ଏନେଇ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ବୁଧବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

Powered by Froala Editor

Tags Arrested

Related articles Odisha News Lens 4.1

  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି
    ଦେଶ-ଦେଶାନ୍ତର

    ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

    14575
    Aug 12, 2025
  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ
    ଦେଶ-ଦେଶାନ୍ତର

    ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15463
    Aug 13, 2025
  • ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ମାଇକେଲ ରୁବିନ
    ଦେଶ-ଦେଶାନ୍ତର

    ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ମାଇକେଲ ରୁବିନ

    14735
    Aug 12, 2025
  • ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍‌, କମିଲା ଦାମ
    ଦେଶ-ଦେଶାନ୍ତର

    ସୁନା ଉପରେ ରହିବ ନାହିଁ ଟ୍ରମ୍ପଙ୍କ ଟାରିଫ୍‌, କମିଲା ଦାମ

    13970
    Aug 12, 2025
  • ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ଏସପିଙ୍କ ସିସି ଟିଭି କ୍ୟାମେରାରେ ହୋଇଛି ...
    ଦେଶ-ଦେଶାନ୍ତର

    ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ଏସପିଙ୍କ ସିସି ଟିଭି କ୍ୟାମେରାରେ ହୋଇଛି ...

    14208
    Aug 13, 2025
  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ
    ଦେଶ-ଦେଶାନ୍ତର

    ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

    15344
    Aug 13, 2025
  • କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ
    ମନୋରଞ୍ଜନ

    କପିଲଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

    14364
    Aug 12, 2025
  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା
    ବିଶେଷ

    ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15191
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....
    ବିଶେଷ

    ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13445
    Aug 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

    14575
    Aug 12, 2025
  • ଦେଶ-ଦେଶାନ୍ତର

    ୩୫ ବର୍ଷ ପରେ କାଶ୍ମୀର ପଣ୍ଡିତ ମାମଲାର ତଦନ୍ତ ଆରମ୍ଭ

    14602
    Aug 12, 2025
  • ବିଶେଷ

    ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13445
    Aug 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16666
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16774
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17108
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15581
    Apr 03, 2021

ବିଶେଷ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15191
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13445
    Aug 13, 2025
  • ଗର୍ଭାବସ୍ଥାରେ ମହିଳାମାନେ କାହିଁକି କରନ୍ତି ବାନ୍ତି

    14004
    Aug 12, 2025
  • ୪୦ ପରେ ମହିଳା ଖାଆନ୍ତୁ ଏହି ଖାଦ୍ୟ, ରହିଛି ଭରପୁର ଭିଟାମିନ

    15303
    Aug 11, 2025
  • ଏମାନଙ୍କୁ ରସୁଣ ଖାଇବା ମନା

    15460
    Aug 11, 2025

ବାଣିଜ୍ୟ

ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରା ...

  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14729
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14537
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14271
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14738
    Jul 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15463
    Aug 13, 2025
  • ଜଷ୍ଟିସ ବର୍ମା ମାମଲା: ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ବାଚସ୍ପତି

    14575
    Aug 12, 2025
  • ଆମେରିକା ଭାରତକୁ ନଚାଇ ପାରିବ ନାହିଁ: ମାଇକେଲ ରୁବିନ

    14735
    Aug 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In