କମ୍ପିଲା ନବୀନ ନିବାସ, ଜାଣନ୍ତୁ କିହିଁକି

ଭୁବନେଶ୍ୱର: ସୋମବାର ହୁଳହୁଳିରେ କମ୍ପି ଉଠିଲା ନବୀନ ନିବାସ । ଶତାଧିକ ମିଶନ ଶକ୍ତି ସଦସ୍ୟାମାନେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ମୁଖ୍ୟମନ୍ତ୍ରୀ ବ୍ୟାପକ ପଦକ୍ଷେପ ନେଇଥିବାରୁ ମହିଳାମାନେ କୃତଜ୍ଞତା ଜଣାଇଛନ୍ତି । ହୁଳହୁଳି ପକାଇ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବା ସହ ମହିଳା ସଶକ୍ତକରଣ ଦିଗରେ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
Powered by Froala Editor