୪ଜଣ ଅପହରଣ ଘଟଣାରେ ଆସିଲା ନୂଆ ମୋଡ଼: ଅପହରଣ ନୁହେଁ ଦୁର୍ଘଟଣାର ଶିକାର ସୂଚନା

ଉମରକୋଟ: ୪ଜଣ ଅପହରଣ ଘଟଣାରେ ନୂଆ ମୋଡ଼ ଆସିଛି । ଅପହରଣ ନୁହେଁ, ବରଂ ସମସ୍ତ ୪ ଜଣ ଦୁର୍ଘ;ଟଣାର ଶିକାର ହୋଇଥିବା ସୂଚନା ମିଳିଛି । ଛତିତଗଡ଼ କାଙ୍କେରରୁ କୋଣ୍ଡଗାଁ ଫେରିବା ବେଳେ ସମସ୍ତ ୪ ଜଣ ନିଖୋଜ ଥିଲେ । ଅପହରଣ ସନେ୍ଦହ କରି ପରିବାର ଲୋକେ ଏତଲା କରିଥିଲେ । ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାରଟି ଏକ କୂଅ ଭିତରେ ଠାବ କରାଯାଇଛି ।
ଅଗ୍ନିଶମ ବାହିନୀ ଦ୍ୱାରା ଉକ୍ତ କୂଅ ଭିତରୁ କାରଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ତେବେ କାର ଭିତରେ ଥିବା ୪ ଜଣଙ୍କ ଅବସ୍ଥା କ’ଣ ସେ ସମ୍ପର୍କରେ ଖବର ଲେଖା ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ ।
ମିଳିଥିବା ସୂଚନା ଅନୁସାରେ ଉମରକୋଟ ସହରର ସପନ ସରକାର ଶନିବାର ଛତିଶଗଡର କାଙ୍କେରସ୍ଥିତ ନିଜ ସମ୍ପର୍କୀୟଙ୍କ ବିବାହ କାର୍ୟ୍ୟକ୍ରମରେ ଯୋଗ ଦେଇ କଣ୍ଡଗାଁକୁ ଫେରୁଥିବା ସମୟରେ ନିଖୋଜ ହୋଇ ଯାଇଥିବା ହୋଇଥିଲା ।। ଏ ନେଇ କାଙ୍କେର ଥାନାରେ ଅଭିଯୋଗ କରିଥିଲେ । ପରିବାର ସଦସ୍ୟ। ସପନ ସରକାର ଯିଏ କି ରାଇଘର ତହସିଲ କାର୍ୟ୍ୟାଳୟରେ ରାଜସ୍ଵ ସୁପର ଭାଇଜର ଭାବେ କାର୍ୟ୍ୟରତ। ସେ ନିଜ ସ୍ତ୍ରୀ ରିତା ସରକାର, ଶଳା ବିଶ୍ୱଜିତ୍ ଅଧିକାରୀ ଓ ସମ୍ପର୍କୀୟ ହଜାରି ଢାଲି କାଙ୍କେରରୁ କଣ୍ଡଗାଁ ଫେରୁଥିଲେ ।।
ଶନିବାର ରାତି ସାଢ଼େ ୧୦ଟା ହେବ। ସମସ୍ତେ ସେଠାରେ ଭୋଜି ଖାଇ ବାହାରିଥିଲେ। ସକାଳୁ ଘରେ ନ ପହଞ୍ଚିବାରୁ ସପନଙ୍କ ପୁଅ ନବୋଜିତ ଫୋନ ମାଧ୍ୟମରେ ଯୋଗାଯୋଗ ପାଇଁ ଚେଷ୍ଟା କଲେ କିନ୍ତୁ ସମସ୍ତଙ୍କ ମୋବାଇଲ ସ୍ୱିଚ ଅଫ ହେବା ଜାଣି ନିଜେ ଖୋଜିବାକୁ ଗଲେ। କିନ୍ତୁ କୌଣସି ପତ୍ତା ପାଇଲେ ନାହିଁ । ପରେ ତାଙ୍କ ପୁଅ କାଙ୍କେର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।।
Powered by Froala Editor