ଯୌନ ଶିକ୍ଷା ଉପରେ ଫିଲ୍ମ କରିବେ ଅକ୍ଷୟ
ପ୍ୟାଡ୍ମ୍ୟାନ ଏବଂ ଟଏଲେଟ: ଏକ ପ୍ରେମ କଥା ଭଳି ସାମାଜିକ ବାର୍ତ୍ତା ଚଳଚ୍ଚିତ୍ରରେ କାମ କରି ସମାଜ ପାଇଁ ଦୃଢ ବାର୍ତ୍ତା ପ୍ରଦାନ କରିଛନ୍ତି ସୁପରଷ୍ଟାର ଅକ୍ଷୟ କୁମାର। ପୁଣି ସେହିଭଳି ଶିକ୍ଷଣୀୟ ଫିଲ୍ମ ଉପରେ ସେ କାମ କରୁଛନ୍ତି ବୋଲି କହିଛନ୍ତି । ଆସନ୍ତାବର୍ଷ ତାଙ୍କର ଗୋଟିଏ ଚଳଚ୍ଚିତ୍ର ଯୌନ ଶିକ୍ଷା ଉପରେ ଆଧାରିତ ହେବ। ଫିଲ୍ମଟି ଏପ୍ରିଲ କିମ୍ବା ମେ'ରେ ରିଲିଜ୍ ହୋଇପାରେ ବୋଲି ଅଭିନେତା କହିଛନ୍ତି।
ଯୌନ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମ ପାଖରେ ସମସ୍ତ ପ୍ରକାରର ବିଷୟ ଅଛି ଯାହାକୁ ଆମେ ବିଦ୍ୟାଳୟରେ ଶିଖୁ ଏବଂ ଯୌନ ଶିକ୍ଷା ହେଉଛି ଗୋଟିଏ ବିଷୟ ଯାହା ମୁଁ ବିଶ୍ୱର ସମସ୍ତ ବିଦ୍ୟାଳୟରେ ପହଞ୍ଚାଇବାକୁ ଚାହେଁ ବୋଲି ଅକ୍ଷୟ କହିଛନ୍ତି । ତେବେ ସେ ତାଙ୍କର ପ୍ରଥମ ପରାଠୀ ଫିଲ୍ମ ସୁଟିଂ କରିବେ । ତାପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଏହି ଫିଲ୍ମ ମଧ୍ୟ ସମାଜକୁ ନୂତନ ବାର୍ତ୍ତା ଦେବ ବୋଲି ସେ ଆଶାବାଦୀ ଅଛନ୍ତି ।
Powered by Froala Editor