ଗୁଜରାଟରେ ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ, ମୈଦାନରେ ୮୩୩ ପ୍ରାର୍ଥୀ
ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ। ସକାଳ ୮ଟାରୁ ଚାଲିଛି ଭୋଟିଂ। ଦ୍ୱିତୀୟ ତଥା ଶେଷ ପର୍ୟ୍ୟାୟରେ ମୋଟ ୯୩ ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି।
ମୈଦାନରେ ମୋଟ୍ ୮୩୩ ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ତାଙ୍କର ଆଠ ମନ୍ତ୍ରୀ ରହିଛନ୍ତି। ଏହି ପର୍ୟ୍ୟାୟରେ ମୋଟ ୨.୫୪ କୋଟି ଭୋଟର ସେମାନଙ୍କ ବିଧାନସଭାର ନେତା ବାଛିବେ।
ମତଦାନ ପାଇଁ ମୋଟ୍ ୨୬ ହଜାର ୪୦୯ ମତଦାନ କେନ୍ଦ୍ର ରହିଛି। ୧୪ଟି ଜିଲ୍ଲାରେ ୨୯ ହଜାର ପ୍ରିଜାଇଡିଂ ଅଫିସର ଏବଂ ୮୪ ହଜାରରୁ ଅଧିକ ମତଦାନ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଡିସେମ୍ବର ୧ରେ ପ୍ରଥମ ପର୍ୟ୍ୟାୟରେ ୮୯ ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିଲ।। ଯେଉଁଥିରେ ୬୩.୩୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଡିସେମ୍ବର ୮ରେ ହେବ ଭୋଟ୍ ଗଣତି। ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୯୯ ଟି ଆସନ ଏବଂ କଂଗ୍ରେସ ୭୭ ଟି ଆସନ ପାଇଛି। ଗତ ୨୭ ବର୍ଷ ଧରି ରାଜ୍ୟରେ ବିଜେପି କ୍ଷମତାରେ ଅଛି।
Powered by Froala Editor