ଆମାଜନ, ଗୁଗୁଲ ପରେ ଛଟେଇ କରିବ ଓୟୋ
ଆମାଜନ, ଗୁଗୁଲ ଓ ଅନ୍ୟ ବଡ ବଡ କମ୍ପାନୀଙ୍କ ପରେ ଏବେ ଓୟୋ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି । ମୋଟ ୩,୭୦୦ କର୍ମଚାରୀଙ୍କ ମଧ୍ୟରୁ ଅନେକଙ୍କୁ ଛଟେଇ କରିବାର ଯୋଜନା ରହିଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ଓୟୋର ପ୍ରତିଷ୍ଠାତା ତଥା ଗ୍ରୁପ୍ ସିଇଓ ରିତେଶ ଅଗ୍ରଓ୍ବାଲ କହିଛନ୍ତି, ଆମେ ଆମର ଉତ୍ପାଦ ଏବଂ ଇଞ୍ଜିନିୟରିଂ, କର୍ପୋରେଟ ମୁଖ୍ୟାଳୟ ଏବଂ ଓୟୋ ଭ୍ୟାକେସନ୍ ହୋମ୍ର ଦଳକୁ କମ୍ କରିବାକୁ ଯାଉଛୁ। ହେଲେ ସହଭାଗୀ ସମ୍ପର୍କ ପରିଚାଳନା(ପାର୍ଟନର ରିଲେଶନସିପ୍ ମ୍ୟାନେଜମେଣ୍ଟ) ଏବଂ ବ୍ୟବସାୟ ବିକାଶ(ବିଜିନେସ୍ ଡେଭଲପ୍ମେଣ୍ଟ) ଟିମ୍ରେ କିଛି ଲୋକଙ୍କୁ ନିଯୁକ୍ତି ମିଳିବ। ବିଶେଷକରି କମ୍ପାନୀ ଏହାର ୧୦% କର୍ମଚାରୀ ସଂଖ୍ୟା ହ୍ରାସ କରିବ । ଆମେ ଛଟେଇ କରୁଥିବା କର୍ମଚାରୀଙ୍କୁ ଭଲ ସ୍ଥାନରେ ନିଯୁକ୍ତି ମିଳିବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।
Powered by Froala Editor