ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ମନା, ନହେଲେ ୧ ବର୍ଷ ଜେଲ୍
ଇଣ୍ଡୋନେସିଆର ସଂସଦ ଚଳିତ ମାସରେ ଏକ ନୂତନ ଅପରାଧିକ ଆଇନ ପାରିତ କରିବ ଯାହା ବିବାହ ବାହାରେ ଯୌନ ସମ୍ପର୍କକୁ ଏକ ଦଣ୍ଡନୀୟ ଅପରାଧ ରୂପେ ଘୋଷଣା କରିବ। ଏହି ଆଇନ ଅନୁଯାୟୀ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ ବା ପ୍ରିମେରିଟାଲ ସେକ୍ସ ହେଲେ ଅଭିଯୁକ୍ତଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ। ସ୍ଥାନୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି। ଏ ସମ୍ପର୍କରେ ଏକ ଚିଠା ପ୍ରସ୍ତୁତ ସରିଥିବା (RKUHP) ବେଳେ ଏହାକୁ ଇଣ୍ଡୋନେସିଆ ସଂସଦରେ ଉପସ୍ଥାପନ କରାଯିବ। ଆସନ୍ତା ଦିନରେ ଏହି ପାରିତ ହେବ ବୋଲି ଆଶା କରାଯାଉଛି।
ରିପୋର୍ଟରୁ ପ୍ରକାଶ, ଏହି ନୂତନ ଆଇନ୍ରେ ଇଣ୍ଡୋନେସିଆରେ ବିବାହ ପୂର୍ବରୁ ସହବାସ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି ଏହି ବ୍ୟଭିଚାର ସମ୍ପର୍କରେ କେହି ସ୍ୱାମୀ କିମ୍ବା ସ୍ତ୍ରୀ ଅଭିଯୋଗ ଆଣନ୍ତି କିମ୍ବା କୌଣସି ପିଲା ଯେଉଁ ବାପା-ମାଙ୍କ ଔରସରୁ ଜନ୍ମ ହୋଇଥିବେ ଅଥଚ ବିବାହ ବନ୍ଧନରେ ଆବଦ୍ଧ ନହୋଇ ଦାୟିତ୍ୱରୁ ଖସିବାକୁ ଚାହୁଁଥିବେ ସେ କ୍ଷେତ୍ରରେ ଏହି ଆଇନ୍ ପ୍ରୟୋଗ ହେବ।
ଧାରା ୧୪୪ ଅନୁଯାୟୀ କୁହାଯାଇଛି ଯଦି ଟ୍ରାଏଲ ହେବା ପୂର୍ବରୁ କେହି ଚାହାନ୍ତି ତେବେ ମାମଲା ପ୍ରତ୍ୟାହାର କରିନେଇପାରିବେ। ଏହି ବିଲ ତିନି ବର୍ଷ ପୂର୍ବେ ପାରିତ ହେବାର ଥିଲା । କିନ୍ତୁ ଏହି ଆଇନ ବିରୋଧରେ ଦେଶବ୍ୟାପି ବିରୋଧ ହେବା ଯୋଗୁ ଏହାକୁ ସ୍ଥଗିତ ରଖାଯାଥିଲା। ନଭେମ୍ବରରେ ଜାକର୍ତ୍ତାର ସଂସଦ କମ୍ପ୍ଲେକ୍ସରେ ଆଲୋଚନା ହେବା ପରେ ପୁଣି ଥରେ ଏହି ଆଇନ୍କୁ ଲାଗୁ କରିବା ନେଇ କଥା ଉଠିଛି।
ଇଣ୍ଡୋନେସିଆର ଉପ ନ୍ୟାୟ ମନ୍ତ୍ରୀ ଏଡୱାର୍ଡ ଓମାର ସରିଫ ହିଆରିଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଇଣ୍ଡୋନେସିଆ ମୂଲ୍ୟବୋଧ ସହିତ ମେଳ ଖାଉଥିବା ଏବଂ ମୂଲ୍ୟବୋଧକୁ ସମ୍ମାନ ଦେଉଥିବା ଏହି ନୂତନ ଆଇନ ପାଇଁ ଆମେ ଗର୍ବିତ।
Powered by Froala Editor