ସୁନନ୍ଦା ପୁଷ୍କର ଅପମୃତ୍ୟୁ ମାମଲା : ଥରୁରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଦିଲ୍ଲୀ ପୁଲିସ
ପୁଣିଥରେ ସୁନନ୍ଦା ପୁଷ୍କର ଅପମୃତ୍ୟୁ ମାମଲାରେ ହାଇକୋର୍ଟରେ ଫେରାଦ ହୋଇଛି ଦିଲ୍ଲୀ ପୁଲିସ। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୧୮, ୨୦୨୧ରେ ପାରିତ ହୋଇଥିବା ଏକ ରାୟରେ ପଟିଆଲା ହାଉସ୍ କୋର୍ଟ ସୁନନ୍ଦା ପୁଷ୍କର ଅପମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ତଥା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ମୁକ୍ତ କରି ଦେଇଥିଲେ। ଥରୁରଙ୍କ ବିରୋଧରେ ଏଥର ହାଇକୋର୍ଟରେ ଫେରାଦ ହୋଇଛି ଦିଲ୍ଲୀ ପୁଲିସ।
ପୁଲିସର ଏହି ଆବେଦନ ଉପରେ ବିଚାରପତି ଦିନେଶ କୁମାର ନୋଟିସ ଜାରି କରିଛନ୍ତି। ମାମଲାର ବହୁ ବିଳମ୍ବ ପରେ କୋର୍ଟରେ ଆବେଦନ କରାଯାଇଥିବାରୁ ନୋଟିସ୍ କ୍ଷମା ମାଗିବାକୁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୭ ତାରିଖରେ ହେବ।
ସୂଚନା ଥାଉକି ନ୍ୟାୟାଳୟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ହେଉଥିବା ଆବେଦନ ସମୟସୀମା ମଧ୍ୟରେ ହେବା ଦରକାର। ଯଦି ଏଥିରେ ବିଳମ୍ବ ପାଇଁ କ୍ଷମା ସହ ଏହାକୁ ଅଣଦେଖା କରିବାକୁ ଆବେଦନ କରାଯାଇଥାଏ। ପୁଲିସ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ବିଳମ୍ବ ହେତୁ ଏହାକୁ ଭୁଲି କ୍ଷମା ଦେଇ ମାମଲର ଶୁଣାଣି କରାଯାଉଛି।
ଶୁଣାଣି କାଳରେ ଶଶି ଥରୁରଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ବିକାଶ ପାହୱା ଅଦାଲତଙ୍କୁ ଅବଗତ କରାଇଥିଲେ ଯେ ବିଚାର ସମୟରେ ନିମ୍ନ ଅଦାଲତ ଏବଂ ଉଚ୍ଚ ନ୍ୟାୟାଳୟ ଦ୍ୱାରା ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଥିଲା, ଯେଉଁଠାରେ ଏହି ମାମଲାର ରେକର୍ଡ କାହା ସହିତ ଅଂଶୀଦାର କରାଯିବା ଉଚିତ ନୁହେଁ। ତେବେ, ଅଦାଲତ ଏହାକୁ ଅଗ୍ରାହ୍ୟ କରି ଶଶି ଥରୁଙ୍କ ଉପରେ ନୋଟିସ ଜାରି କରିଥିଲେ।
Powered by Froala Editor