ପାକିସ୍ତାନୀ ଡ୍ରୋନ୍ ଝାମ୍ପିନେବ ଚିଲ
ପାକିସ୍ତାନୀ ଡ୍ରୋନଗୁଡ଼ିକୁ ନଷ୍ଟ କରିବାକୁ ଚିଲକୁ ତାଲିମ ଦେଉଛି ଭାରତୀୟ ସେନା । ଚିଲକୁ ଏପରି ତାଲିମ ଦିଆଯାଉଛି ଯେ ସେଗୁଡ଼ିକ ଆକାଶ ମାର୍ଗରେ ଡ୍ରୋନଗୁଡିକୁ ଚିହ୍ନଟ କରି ସେଗୁଡ଼ିକ ଉପରେ ଆକ୍ରମଣ କରିବେ ।
ପଞ୍ଜାବ ସମେତ ବିଭିନ୍ନ ସୀମାନ୍ତ ରାଜ୍ୟରେ ଡ୍ରୋନ୍ ଅନୁପ୍ରବେଶ, ସେଥିରେ ଡ୍ରଗ୍ସ ଓ ହତିଆର ଚାଲାଣ ଏକ ଜଟିଳ ସମସ୍ୟାର ରୂପ ନେଇଛି। ଏହାକୁ ପ୍ରତିହତ କରିବା ପାଇଁ ଚିଲଙ୍କୁ ପ୍ରଶିକ୍ଷଣ ଦେଉଛି ଭାରତୀୟ ସେନା। ସେନାର କେନାଇନ୍ ଆର୍ମି ବା ପ୍ରଶିକ୍ଷିତ କୁକୁର ସହ ମିଶି ଏଣିକି ଚିଲ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଭାବେ କାମ କରିବ। ଉତ୍ତରାଖଣ୍ଡ ଔଲିରେ ଚାଲିଥିବା ଭାରତ-ଆମେରିକା ମିଳିତ ସମରାଭ୍ୟାସରେ ବିଶ୍ୱକୁ ଭାରତୀୟ ସେନାର ନିଜର ଦକ୍ଷତା ପ୍ରଦର୍ଶନ କରିଛି।
ଗତ ସପ୍ତାହରେ (ନଭେମ୍ବର ୨୪ରେ) ଜମ୍ମୁର ସାମ୍ବା ସେକ୍ଟରରେ ଏକ ପାକିସ୍ତାନୀ ଡ୍ରୋନକୁ ଜବତ କରାଯାଇଥିଲା । ଏହି ଡ୍ରୋନ ପାକିସ୍ତାନ ପଟୁ ଅସ୍ତ୍ରଶସ୍ତ୍ର ଓ ଭାରତୀୟ ଟଙ୍କା ନେଇ ଆସିଥିଲା । ଏସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ପାଇଁ ଆସୁଥିବା ସ୍ପଷ୍ଟ ହୋଇଥିଲା । ସେହିପରି ପଂଜାବରେ ବି ନିୟମିତ ବ୍ୟବଧାନରେ ଏପରି ଘଟଣା ଘଟିଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ ଚିଲଙ୍କୁ ପ୍ରଶିକ୍ଷଣ ଦେଉଛି ଭାରତୀୟ ସେନା।
Powered by Froala Editor