କନ୍ୟା ନାହିଁ, ବେଦିରେ ବର ସହ ବସିଛି ଲାପଟପ୍
ବାହାଘର ଚାଲିଛି । ମନ୍ତ୍ରପାଠ କରୁଛନ୍ତି ପଣ୍ଡିତ । ପାଖରେ ପୂଜା ସାମଗ୍ରୀ ରହିଛି । ହେଲେ ବର ହାତରେ କନ୍ୟାର ହାତ ନାହିଁ । ବର ହାତରେ ଧରିଛନ୍ତି ଲାପଟପ୍ । ୱାର୍କ ଫର୍ମ ହୋମ୍ରେ ବ୍ୟସ୍ତ ବର । ଏପଟେ ପୂଜାରେ ନିମଗ୍ନ ଅନ୍ୟମାନେ । ଏହି ଫଟୋଟି କୋଲକାତାର ବୋଲି ଜଣାପଡ଼ିଛି । ଫଟୋ ‘ଆଇଜି କୋଲକାତା’ ନାମକ ଜଣେ ସୋସିଆଲ ମିଡିଆ ୟୁଜର୍ସ ସେୟାର କରି ଲେଖିଛନ୍ତି ଏହା ‘ୱାର୍କ ଫର୍ମ ହୋମର ସବୁଠୁ ଉଚ୍ଚ ସ୍ତର’ ।
ଯେଉଁଥିରେ ବର ବାହା ବେଦିରେ ବସି ନିଜ ଲାପଟପରେ ଅଫିସ୍ କାମ କରୁଛନ୍ତି । ୱାର୍କ ଫ୍ରର୍ମ ହୋମର ଉଦାହରଣ ଦେଉଥିବା ଏହି ଫଟୋଟିରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଅନେକ ଏହି ଫଟୋଟିକୁ ପସନ୍ଦ କରୁଥିବା ବେଳେ କେହି କେହି ଏହାକୁ ନାପସନ୍ଦ ମଧ୍ୟ କରୁଛନ୍ତି । ଏହି ଫଟୋରେ ଜଣେ ୟୁଜର ଲେଖିଛନ୍ତି, ଏଭଳି କାର୍ଯ୍ୟକୁ ପ୍ରଶୟ ଦିଅନ୍ତୁ ନାହିଁ ।’
ଯାହାବି ହେଉନା କାହିଁକି ଆଜିକାଲି ଲୋକେ ଫଟୋ ଭାଇରାଲ କରିବା ଉଦ୍ଦେଶ୍ୟରେ କିମ୍ବା ନିଜକୁ ଫେମସ କରିବା ପାଇଁ ଏଭଳି କିଛି ପନ୍ଥା ଅପଣାଉଛନ୍ତି । ଏ ଫଟୋଟି ମଧ୍ୟ ବାସ୍ତବ କି ନା ଜଣାପଡୁନି । ବାସ୍ତବରେ ବାହାଘର ବେଳର ଫଟୋ ନା ଭାଇରାଲ କରିବାକୁ ଏଭଳି ଫଟୋ ନିଆଯାଇଛି ତାହା ଜଣାପଡୁନି ।
Powered by Froala Editor