ପଣିକିଆ ଆସିଲାନି ବୋଲି ପଞ୍ଚମ ଶ୍ରେଣୀ ଛାତ୍ର ହାତରେ ଡ୍ରିଲ୍ କରିଦେଲେ ଶିକ୍ଷକ
ଦୁଇକ ପଣିକିଆ କହିପାରିଲାନି ବୋଲି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରର ହାତରେ ଡ୍ରିଲ ମେସିନ ଚଳାଇ ଦେଇଛନ୍ତି ଶିକ୍ଷକ । ଡ୍ରିଲ ଯୋଗୁଁ ଛାତ୍ରର ବାମ ହାତ କ୍ଷତାକ୍ତ ହୋଇଛି । ପିଲାଟି ଛଟପଟ ହେଉଥିବାବେଳେ ଏଭଳି ଅମାନବୀୟ କାଣ୍ଡକୁ ନେଇ ଛାତ୍ରର ପରିବାର ଲୋକେ ହୋହଲ୍ଲା କରିବା ପରେ ଯାଇ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ଘଟଣା ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା।
ସୂଚନା ଅନୁସାରେ, ଛାତ୍ରଜଣକ ହେଉଛନ୍ତି କାନପୁର ଜିଲ୍ଲା ଅନ୍ତର୍ଗତ ପ୍ରେମନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ସିସାମୌ ଗ୍ରାମର ବାସିନ୍ଦା। ଛାତ୍ରଜଣକ କହିବାନୁଯାୟୀ, ଶିକ୍ଷକ ମତେ ଦୁଇକ’ ପଣକିଆ କହିବାକୁ କହିଲେ। ମୁଁ କହି ନ ପାରିବାରୁ ସେ ମୋ ହାତକୁ ‘ଡ୍ରିଲ୍’ କଲେ। ମୋ ପାଖରେ ଠିଆ ହୋଇଥିବା ଜଣେ ସହପାଠୀ ତୁରନ୍ତ ଡ୍ରିଲ୍ ମେସିନ୍ ପ୍ଲଗ୍ ଖୋଲି ଦେଲା। ଘଟଣା ସଂକ୍ରାନ୍ତରେ ସ୍କୁଲ୍ ଦାୟିତ୍ବରେ ଥିବା ଶିକ୍ଷକ ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇ ନ ଥିଲେ। ପରିବାର ଲୋକେ ହୋହଲ୍ଲା କରିବା ପରେ ଯାଇ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ଘଟଣା ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା। ବ୍ଲକ୍ ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରିବା ଲାଗି ସ୍କୁଲ୍ରେ ପହଞ୍ଚିଥିଲେ। ଗଣମାଧ୍ୟମକୁ କାନପୁର ନଗର ମୌଳିକ ଶିକ୍ଷା ଅଧିକାରୀ କହିଛନ୍ତି, ସମଗ୍ର ଘଟଣାର ତଦନ୍ତ କରିବା ପାଇଁ କମିଟି ଗଠନ କରାଯାଇଛି।
Powered by Froala Editor