ଆଉ ବାଦାମ ବିକିବେନି ‘କଚ୍ଚା ବାଦାମ’ ଫେମ୍ ଭୁବନ
‘କଚ୍ଚା ବାଦାମ’ ଗୀତକୁ କିଏ ଭୁଲିଛି । ସମସ୍ତେ କଚ୍ଚା ବାଦାମ ଗୀତରେ ଠୁମ୍କା ଲଗାଉଥିଲେ । ହେଲେ କିଛି ଦିନ ଟ୍ରେଣ୍ଡରେ ରହିବା ପରେ ଏହି ଗୀତର ଫେମ୍ ଭୁବନ ବାଦକାରଙ୍କୁ ଲୋକେ ଭୁଲିଗଲେଣି । ତେଣୁ ସେ ପୁଣି ନୂଆ ଟ୍ରେଣ୍ଡ ନେଇ ଫେରୁଛନ୍ତି ।
ଚଳିତ ବର୍ଷ ମେ' ମାସରେ ଭୁବନ ଦୁର୍ଘଟଣାରେ ଆହତ ହୋଇଥିଲେ। ସେବେଠାରୁ ସେ ସୋସିଆଲ ମିଡିଆରୁ ଗାଏବ ହୋଇଯାଇଥିଲେ। ହେଲେ ସେ ସୁସ୍ଥ ହୋଇସାରିଛନ୍ତି। ଖୁବ୍ଶୀଘ୍ର ସେ ନୂଆ ଆଲବମ୍ ରିଲିଜ କରିବାକୁ ଯାଉଛନ୍ତି। ଏହି ଆଲବମରେ ତିନୋଟି ଗୀତ ରହିଛି। ସେଗୁଡ଼ିକରେ ଭୁବନଙ୍କ ଜୀବନକାହାଣୀ ରହିଛି। 'ଅବ୍ ମେ ମୁଂଗଫଲି ନହିଁ ବେଚୁଙ୍ଗା' ତାଙ୍କ ଆଲବମର ନାଁ ବୋଲି ସେ କହିଛନ୍ତି।
ଭୁବନ କହିଛନ୍ତି, ,ଏବେ ମୋ ପାଖରେ ଆଉ ସମୟ ନାହିଁ। ମୋର ଗାଡ଼ି ଅଛି। ମୋ ଜୀବନର ଏହା ବଡ଼ ସତ୍ୟରେ ପରିଣତ ହୋଇଛି। ମୋ ଗୀତରେ ସେସବୁ ଦେଖିବାକୁ ମିଳିବ। ତେବେ ନିଜକୁ ସେ ବହୁତ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଛନ୍ତି। ଗୀତର ରିଲିଜକୁ ନେଇ ଭୁବନ ବହୁତ ଉତ୍ସାହିତ ଥିବା ବେଳେ ଆଉ ସେ ବାଦାମ ବିକିବେ ନାହିଁ ବୋଲି କହିଛନ୍ତି।
Powered by Froala Editor